ମସ୍କଙ୍କ ଘୋଷଣା, ଖୁବ୍ ଶୀଘ୍ର ‘ଏକ୍ସ’ରେ ଉପଲବ୍ଧ ହେବ ଅଡିଓ-ଭିଡ଼ିଓ କଲ୍ ସୁବିଧା

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ (ଟ୍ୱିଟର)’ରେ ଖୁବ୍ ଶୀଘ୍ର ଅଡିଓ ଓ ଭିଡ଼ିଓ କଲ୍ ସୁବିଧା ଉପଲବ୍ଧ ହେବ

ମସ୍କଙ୍କ ଘୋଷଣା, ଖୁବ୍ ଶୀଘ୍ର ‘ଏକ୍ସ’ରେ ଉପଲବ୍ଧ ହେବ ଅଡିଓ-ଭିଡ଼ିଓ କଲ୍ ସୁବିଧା

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ (ଟ୍ୱିଟର)’ରେ ଖୁବ୍ ଶୀଘ୍ର ଅଡିଓ ଓ ଭିଡ଼ିଓ କଲ୍ ସୁବିଧା ଉପଲବ୍ଧ ହେବ। ମାଲିକ ଏଲନ୍ ମସ୍କ ଏହି ଘୋଷଣା କରିଛନ୍ତି । ଏହି ନୂଆ ଫିଚର ଆଣ୍ଡ୍ରଏଡ୍, ଆଇଓଏସ୍, ପିସି ଏବଂ ମ୍ୟାକରେ କାମ କରିବ ବୋଲି କହିଛନ୍ତି ମସ୍କ ।

ସେ ‘ଏକ୍ସ’ରେ ଲେଖିଛନ୍ତି, “ଶୀଘ୍ର ଅଡିଓ ଏବଂ ଭିଡିଓ କଲ୍ ଫିଚର X ରେ ଆସିବ | ଏହା ଆଇଓଏସ୍, ଆଣ୍ଡ୍ରଏଡ୍, ଆପଲ୍ ମ୍ୟାକ୍ ଏବଂ ମାଇକ୍ରୋସଫ୍ଟ କମ୍ପ୍ୟୁଟରରେ କାମ କରିବ | ଏଥିପାଇଁ କୌଣସି ଫୋନ୍ ନମ୍ବର ଦରକାର ପଡ଼ିବ ନାହିଁ | ଏଥିପାଇଁ X ଗ୍ଲୋବାଲ ଆଡ୍ରେସ୍ ବୁକ୍ ହେବ | ଏହି ଫିଚର ଏହାର ସବୁଠୁ ସ୍ବାତନ୍ତ୍ର୍ୟ ହେବ। ”

ତେବେ ଏଭଳି ସୁବିଧା ପୂର୍ବରୁ ହ୍ବାଟସ୍ ଆପ୍, ଫେସବୁକ୍ ମେସେଞ୍ଜର, ଇନଷ୍ଟାଗ୍ରାମ ପରି ମେସେଜିଂ ଆପ ଦେଉଛନ୍ତି।
ଟ୍ୱିଟରରେ ଭିଡିଓ ଏବଂ ଅଡିଓ କଲ୍ ସୁବିଧା କେବେ ଉପଲବ୍ଧ ହେବ ସେନେଇ ମସ୍କ କିମ୍ବା ଏକ୍ସ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।