ବାଲୁକା କଳାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ବାଲୁକାକଳା ମାଧ୍ୟମରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ରେ ବାଲୁକା କଳାରେ ତାଙ୍କର ଏକ ସୁନ୍ଦର ପ୍ରତିକୃତି ଆଙ୍କିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବାଲୁକାକଳା ମାଧ୍ୟମରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ରେ ବାଲୁକା କଳାରେ ତାଙ୍କର ଏକ ସୁନ୍ଦର ପ୍ରତିକୃତି ଆଙ୍କିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧିରେ ତାଙ୍କୁ ସମ୍ମାନୀତ କରାଯିବ ।
ଗତକାଲି ରାଷ୍ଟ୍ରପତି ଭବନରେ ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥି ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ରହିଛନ୍ତି । ହେଲେ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ରାଷ୍ଟ୍ରପତି ଭବନରେ ଉପସ୍ଥିତ ହୋଇପାରିନଥିଲେ । ତେଣୁ ଆଜି ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ ।