ରାଜ୍ୟ କ୍ୟାବିନେଟ୍ରେ ୧୪ଟି ପ୍ରସ୍ତାବ ଉପରେ ମୋହର
ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର। ୧୫ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିବା ବେଳେ, ୧୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା। ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି।
ଏହି ପ୍ରସ୍ତାବ ଅନୁଯାୟୀ ବିଡିଏ, ସିଡିଏ, ହାଉସିଂବୋର୍ଡ ଜମି ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ଦେୟ କମିବ। ଲିଜ୍ ସୂତ୍ରରେ ପାଇଥିବା ସରକାରୀ ଜମିକୁ ସ୍ଥିତିବାନ କରିବାକୁ ଦେୟ ହ୍ରାସ ହେବ। ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ପୂର୍ବରୁ ଜମି ମୂଲ୍ୟର ୧୦ ପ୍ରତିଶତ ଦେୟ ପଡୁଥିଲା। ଏବେ ଉକ୍ତ ଜମିର ପାଖ ଜମି ମୂଲ୍ୟ ଅନୁସାରେ ଦେୟ ଦେବାକୁ ପଡ଼ିବ। ପାଖ ଜମିର ବେଞ୍ଚମାର୍କ ମୂଲ୍ୟର ମାତ୍ର ୩% ଦେୟରେ ହେବ କନଭର୍ସନ।