ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ, କିଲୋ ଛୁଇଁଲାଣି ୫୦
ଗତ କିଛି ଦିନ ଧରି ପରିବା ଦର କଲବଲ କରୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଟେନସନ୍ ଦେଲାଣି ଆଳୁ

ଗତ କିଛି ଦିନ ଧରି ପରିବା ଦର କଲବଲ କରୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଟେନସନ୍ ଦେଲାଣି ଆଳୁ। ଆଳୁ ଦରରେ ଲାଗିଛି ନିଆଁ । ହୁହୁ ହୋଇ ବଢ଼ି ଚାଲିଛି ଦର। ଆଳୁ ଦର ଏବେ ହାଫ ସେଞ୍ଚରୀ ପାର୍ କରି ସାରିଲାଣି। ଅର୍ଥାତ କିଲୋ ପିଛା ଦାମ ୫୦ ଛୁଇଁଲାଣି।
ଆଳୁ ଦର ଏବେ ଉପରମୁହାଁ ଥିବା ବେଳେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ । ସୀମାରେ ଅଟକି ରହିଛି ଶହ ଶହ ଗାଡ଼ି। ଏପରି ସ୍ଥିତିର ମୁକାବିଲା କରିବା ନିମନ୍ତେ ଉତ୍ତରପ୍ରଦେଶରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଗତ ୫ ଦିନ ଧରି କଟକ ଛତ୍ର ବଜାରକୁ ଆଳୁ ଟ୍ରକ୍ ଆସିନି। ପ୍ରତିଦିନ କଟକ ଛତ୍ରବଜାରରୁ ୮ରୁ ୯ ଟ୍ରକ୍ ଆଳୁ ଆସିଥାଏ। ଆଜି ଗୋଟିଏ ଟ୍ରକ୍ ଆସିଛି। ଫଳରେ ଆଳୁ ନେବାକୁ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକଚ ଛକାପଞ୍ଝା ଦେଖିବାକୁ ମିଳିଥିଲା।