ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ନୂଆ ‘ସହଭାଗିତା’ ରଣନୀତି
ଅପରାଧୀଙ୍କୁ ଧରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ସହଭାଗିତା’

ଅପରାଧୀଙ୍କୁ ଧରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ସହଭାଗିତା’। ‘ସହଭାଗିତା’ରେ ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ, ବଡ଼ ବଡ଼ ଦୋକାନମାନେ ଯୋଡ଼ି ହେବେ।
ସୂଚନା ମିଳିଛି ଯେ, ଚୋରି ବା ଅନ୍ୟ ଅପରାଧ ରୋକିବା ପାଇଁ ଭୁବନେଶ୍ୱରର ସବୁ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମକୁ ସେୟାର କରାଯିବ। ଅପରାଧକୁ ଚିହ୍ନଟ କରିବା ଓ ରୋକିବାରେ ଏହି ସିସିଟିଭି ଫୁଟେଜ ସହାୟକ ହେବ। ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟରୁ ଅନ୍ତତଃ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖିବା ପାଇଁ ଦୋକାନୀମାନଙ୍କୁ କୁହାଯାଇଛି। କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ। ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଥିବା ବେଳେ ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଜଣାଯାଇଛି।