ପରକୀୟା ପ୍ରୀତି: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ
ସ୍ତ୍ରୀର ପରକୀୟା ପ୍ରୀତି ନେଇ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡ କଇଁଚି ନିକଟ ବାଲିସାହି ଗାଁରେ ।

ସ୍ତ୍ରୀର ପରକୀୟା ପ୍ରୀତି ନେଇ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡ କଇଁଚି ନିକଟ ବାଲିସାହି ଗାଁରେ ।
ସୂଚନାଯୋଗ୍ୟ ଯେ, ବାଲିସାହି ଗାଁର ଅମୂଲ୍ୟ କୁମାର ଗୁରୁ ବୃତ୍ତିରେ ଜଣେ ସେନା ବାହିନୀ କର୍ମଚାରୀ । ଗତ ୨୦୦୦ ମସିହାରେ ଅମୂଲ୍ୟ ଧାମନଗର ନିକଟ କଲ୍ୟାଣୀ ଗାଁର ଗୋକୁଳି ଦାସଙ୍କ ଝିଅଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ଆରାମରେ ଚାଲିବା ପରେ ସ୍ଵାମୀ ଚାକିରିକୁ ଚାଲି ଯାଇଥିଲେ ।
ଏହାର ସୁଯୋଗରେ ପତ୍ନୀଙ୍କର ବରୀ ରାମଚନ୍ଦ୍ରପୁର ଅଞ୍ଚଳର ବିକାଶ ବିଶ୍ବାଳଙ୍କ ସହିତ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ରଖିଥିଲେ । ସ୍ବାମୀ ଚାକିରିରୁ ଫେରିବା ପରେ ଏକଥା ଜାଣି ପ୍ରତିବାଦ କରିଥିଲେ । ମାତ୍ର ସେ ସ୍ବାମୀଙ୍କୁ ଖାତିର ନକରି ଯୁବକ ସହିତ ସମ୍ପର୍କ ରଖିଥିଲେ ।
ତେବେ ଗତ ପ୍ରଥମ ରଜ ରାତିରେ ସ୍ବାମୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଅମୂଲ୍ୟଙ୍କୁ ବେହୋସ କରିବା ପରେ ବିକାଶ ଓ ନିଜ ପୁଅ ସହ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ । ଅମୂଲ୍ୟଙ୍କ ଚେତା ଫେରିବା ପରେ ନିଜେ ଘରେ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଅମୂଲ୍ୟଙ୍କ ଝିଅ ସ୍ୱାଗତିକା ମାମୁଁ ଘରୁ ଫେରିବା ପରେ ଅମୂଲ୍ୟଙ୍କୁ ସେ ଦୁର୍ଘଟଣା ଘଟାଇ ଆହତ ହୋଇଥିବା କୁହାଯାଇଥିଲା ।
ରାତିରେ ସମସ୍ତେ ଶୋଇ ପଡିବା ପରେ ଅମୂଲ୍ୟ ଛାତ ଉପର ଦେଇ ଥାନାରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି । କୁଆଖିଆ ପୋଲିସ ଅଭିଯୋଗ ପାଇବା ପରେ କେଶ୍ ନଂ ୧୯୩/୨୩ ମାମଲା ରୁଜୁ କରି ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ତେବେ ପତ୍ନୀ ବଡ କଇଁଚି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଭାବେ କାମ କରନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଫେରାର ଥିବା ଜଣାପଡିଛି ।