ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଶେଷ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ । ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସକୁ ମିଶାଇ ମୋଟ୍ ୧୪ ପ୍ରାର୍ଥୀ ଅବତୀର୍ଣ୍ଣ ଅଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଶେଷ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ । ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସକୁ ମିଶାଇ ମୋଟ୍ ୧୪ ପ୍ରାର୍ଥୀ ଅବତୀର୍ଣ୍ଣ ଅଛନ୍ତି । ପ୍ରାର୍ଥୀମାନେ ହେଉଛନ୍ତି ଦୀପାଳି ଦାସ, ତରୁଣ ପାଣ୍ଡେ, ଟଙ୍କଧର ତ୍ରିପାଠୀ, ବିଜୟ ଜଲାନ,ଭୁବନେଶ୍ୱର ଗର୍ଡ଼ିଆ, ମନିଶ ଶର୍ମା, ତୁଳାରାମ ଗୁରୁ, ମହେନ୍ଦ୍ର ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ଜ୍ଞାନେନ୍ଦ୍ର ବେହେରା,ଜନ୍ମ ରୋହିଦାସ, ମହେନ୍ଦ୍ର ଲୁହା, ଶ୍ରୀଦମ ଶର୍ମା ଓ ରୀନା ମିଶ୍ର ।

ଶୁକ୍ରବାର ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ହେବ । ଭାରତ ନିର୍ବାଚନ ଆୟୋଗଙ୍କ ଉପନିର୍ବାଚନ ଘୋଷଣା ଅନୁସାରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଅପ୍ରେଲ ୧୩ରେ ଗେଜେଟ୍ ନୋଟିଫିକେସନ୍ ହୋଇଥିଲା । ଅପ୍ରେଲ ୨୦ରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଧାର୍ଯ୍ୟ ହୋଇଥିଲାବେଳେ ଅପ୍ରେଲ ୨୧ରେ ନାମାଙ୍କନ ପତ୍ର ଯାଞ୍ଚ, ଅପ୍ରେଲ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ମଇ ୧୦ରେ ଭୋଟ ଗ୍ରହଣ, ମଇ ୧୩ରେ ଭୋଟ୍ ଗଣନା କରାଯିବା ସହ ମଇ ମାସ ୧୫ ସୁଦ୍ଧା ଉପନିର୍ବାଚନ ସଂପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଥିଲେ, ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ କିମ୍ବା ରାଜନୈତିକ ଦଳମାନେ ପ୍ରଚାର ଗାଡ଼ିରେ ମାଇକ୍ ବାନ୍ଧି ରାତି ୧୦ ଘଟିକା ଠାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନାହିଁ । ଆଦର୍ଶ ଆଚରଣ ବିଧି ଜିଲ୍ଲାରେ ବଳବତ୍ତର ଥିବାବେଳେ କୌଣସି ପ୍ରକାରର ଅନୁଦାନ ଯଥା ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଅନୁଦାନ ଅର୍ଥ ପ୍ରଦାନ କରାଯାଇପାରିବ ନାହିଁ ।