୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ଗାଡ଼ି ଚଳାଚଳ ନେଇ ସାଧାରଣରେ ବଢୁଛି ଦ୍ୱନ୍ଦ୍ୱ

ଡ୍ରାଇଭର ମହାସଂଘ ଆନ୍ଦୋଳନ କୁ ସମର୍ଥନ ଦେଉ ନାହିଁ ବସ ମାଲିକ ସଂଘ ଓ ଟ୍ରକ ମାଲିକ ସଂଘ , ଆମ ସହିତ କୌଣସି ଆଲୋଚନା ନ କରି ଡ୍ରାଇଭର ମାନେ ମନ ଇଚ୍ଛା ନିଷ୍ପତି ନେଉଛନ୍ତି

୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ଗାଡ଼ି ଚଳାଚଳ ନେଇ ସାଧାରଣରେ ବଢୁଛି ଦ୍ୱନ୍ଦ୍ୱ

୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ଗାଡ଼ି ଚଳାଚଳ ନେଇ ସାଧାରଣରେ ବଢୁଛି ଦ୍ୱନ୍ଦ୍ୱ

୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ନିଷ୍ପତ୍ତିରେ ଓଡ଼ିଶା ଡ୍ରାଇଭର ସଂଘ ଅଟଳ ଥିବା ବେଳେ କାଲି ଗାଡ଼ି ଚଳାଚଳ ନେଇ ସାଧାରଣରେ ଦ୍ୱନ୍ଦ୍ୱ ରହିଛି । କାଲିଠୁ ରାଜ୍ୟବ୍ୟାପୀ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ି ରୋକିବାକୁ ଡ୍ରାଇଭର ସଂଘ ଆହ୍ୱାନ ଦେଇଛି ଯେଉଁଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଠପ୍ ହୋଇପାରେ ହଳଦିଆ ନମ୍ବରପ୍ଲେଟ ଥିବା ଗାଡ଼ି ଚଳାଚଳ । କାରଣ ୧୦ ଦଫା ଦାବି ନେଇ ଆସନ୍ତାକାଲି ରାଜ୍ୟବ୍ୟାପି ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍, ସଡକ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ ।ଏହି ବନ୍ଦ ଡାକରାରେ ଓଡ଼ିଶା ମଟର ଚାଳକ ସଂଘ, ପରିବହନ ସଂଘ ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ଏଥିରେ ସାମିଲ ହୋଇଛି।

ତେବେ ଓଡ଼ିଶା ଡ୍ରାଇଭର ମହାସଂଘ ର ଏହି ଧର୍ମଘଟକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲା ରାଜ୍ୟ ଘରୋଇ ବସ ମାଲିକ ସଂଘ। ଆସନ୍ତାକାଲି ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍‌ ଚାଲିବା ନେଇ ବସ ମାଲିକ ସଂଘ ସ୍ପଷ୍ଟୀକରଣ ଦେଇଛି। ଧର୍ମଘଟ ସମୟରେ ଗଣ୍ଡଗୋଳ ଆଶଙ୍କା ରହିଛି। ତେଣୁ ସୁରକ୍ଷା ପ୍ରଦାନ ପାଇଁ ପୁଲିସ ଡିଜିଙ୍କୁ ଭେଟି ସଂଘ ପକ୍ଷରୁ ନେବେଦନ କରାଯାଇଛି। ବୁଧବାର ରାଜ୍ୟବ୍ୟାପୀ ହେବାକୁ ଥିବା ଆନ୍ଦୋଳନରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ସହଯୋଗ କରିବ ନାହିଁ ବୋଲି ସୂଚନା ଦିଆଯାଇଛି। କାହିଁକି ନା ଓଡିଶାରେ ପ୍ରତିଦିନ ବସ୍‌ର ଆବଶ୍ୟକତା ବେଶି ଅଧିକ। ରାଜ୍ୟର କୋଣ ଅନୁକୋଣକୁ ଯିବା ପାଇଁ ଘରୋଇ ବସର ଆବଶ୍ୟକତା ରହିଛି। ଡ୍ରାଇଭର ସଂଘ ଯେଉଁ ଧର୍ମଘଟ ଡାକରା ଦେଇଛି ସେଥିରେ ବସ ମାଲିକ ସଂଘ ହସ୍ତକ୍ଷେପ କରିବନି। ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍‌ ଚାଲିବ। ପ୍ରତିକୂଳ ପରିସ୍ଥିତିକୁ ନଜରରେ ରଖି ପୁଲିସ ଡିଜିଙ୍କୁ ସୁରକ୍ଷା ଦୃଷ୍ଟି କୋଣରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରଯାଇଛି। ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦିଆଯାଇଛି। ତେଣୁ ବସ ମାଲିକ ସଂଘ ଏହି ଧର୍ମଘଟରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି କୁହାଯାଇଛି। ଏହାଛଡା ରାଜ୍ୟରେ ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବସକୁ ଧର୍ମଘଟରେ ସାମିଲ କରିବା ଅନୁଚିତ ବୋଲି ଆଲୋଚନା ହୋଇଛି। ଯଦି ଡ୍ରାଇଭର ସଂଘର କିଛି ଦାବି ରହୁଛି ତାହା ନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କଲେ ଭଲ ବୋଲି ବସ ମାଲିକ ସଂଘ କହିଛି। ଏହି ଧର୍ମଘଟରେ ବସ ମାଲିକ ସଂଘ ରହିବ ନାହିଁ ବୋଲି ରାଜ୍ୟ ସମ୍ପାଦକ ସ୍ପଷ୍ଟ କରିଛନ୍ତି। ଧର୍ମଘଟ ଯୋଗୁଁ ରାଜ୍ୟରେ ଯାତ୍ରୀମାନେ ବେଶ ହଇରାଣ ହେବେ। ଉଦାହରଣ ସ୍ୱରୂପ କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରୁ ହଜାର ହଜାର ଯାତ୍ରୀ ରାଜ୍ୟର କୋଣ ଅନୁକୋଣକୁ ପ୍ରତ୍ୟେକ ଦିନ ଯାତାୟାତ କରୁଛନ୍ତି। ଏମିତିରେ ପ୍ରଚଣ୍ଡ ରୁଦ୍ର ତାପ, ତାକୁ ନଜରରେ ରଖି ବସ ଯଥା ଅନୁସାରେ ଗଡିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ କହିଛି। ଏହି ପରିପ୍ରେକ୍ଷୀରେ ଧର୍ମଘଟ ପାଇଁ କଟକ ଘରୋଇ ବସ ମାଲିକ ସଂଘ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରିଛି। 

ସେହିପରି ଆସନ୍ତା କାଲି ରାଜ୍ୟ ଡ୍ରାଇଭର ମହସଂଘ ପକ୍ଷରୁ ଚକାଜାମ ଆନ୍ଦୋଳନକୁ ସମର୍ଥନ କରିବା ନାହିଁ ରାଜ୍ୟ ଟ୍ରକ୍ ମାଲିକ ସଂଘ ଓ ଅନ୍ୟ ଡ୍ରାଇଭର ସଂଘ । ଏ ନେଇ ଲୋକସେବା ଭବନରେ ପରିବହନ ସଚିବଙ୍କୁ ଟ୍ରକ ମାଲିକ ସଂଘ୍ ଭେଟିବା ସହ ଆଲୋଚନା କରିଛନ୍ତି । ରାଜ୍ୟର କିଛି ଡ୍ରାଇଭର ସଂଘ୍ ବେଇଆନ ଭାବେ ଷ୍ଟେରିଙ୍ଗ ଛାଡ ଓ ଚକା ଜାମ  ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଗତଦିନର ମହାମାରୀ କରୋନା ଯୋଗୁଁ ଟ୍ରକ ପରିବହନ ବ୍ୟବସାୟ ରେ ନାହିଁ ନ ଥିବା କ୍ଷତି ଘଟିଥିଲା ।  ଯେଉଁଥିରେ ଅନେକ ଗାଡି ମାଲିକ ଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିଲା। ଅନେକ ଗାଡି ମାଲିକ କିସ୍ତି ଶୁଝି ନ ପଡ଼ିବାରୁ ଫାଇନାନ୍ସ କମ୍ପାନୀ ଗାଡି ଭିଦ୍ୟ ନେଇଛନ୍ତି  ଯେଉଥିପାଇଁ ଅନେକ ଗାଡି ମାଲିକ ସର୍ବସ୍ଵାନ୍ତ ହୋଇଛନ୍ତି । ଏବେ କିଛିଦିନ ହେବ ଆଇରନ ଟ୍ରାନ୍ସପୋର୍ଟିଂ ଆରମ୍ଭ ହୋଇଛି । ଏପରି ସ୍ଥଳେ ତଥାକଥିତ ଡ୍ରାଇଭର ମହାସଂଘ ଯେଉଁ ଆନ୍ଦୋଳନ ଡକରା ଦେଇଛି ତାହା ସମ୍ପୂର୍ଣ ବେଆଇନ । କାହିଁକି ନ ଏନେଇ ଡ୍ରାଇଭର ମହାସଂଘ ପକ୍ଷରୁ କୌଣସି କର୍ମକର୍ତ୍ତା ରାଜ୍ଯ ଟୁକ ମାଲିକ ସଂଘ ସହିତ କୌଣସି ଆଲୋଚନା କରିନାହାନ୍ତି । ସେମାନେ ତାଙ୍କ ମନକୁ ମନ ଆନ୍ଦୋଳନ ଡାକରଦେଇ ଚକା ଜାମ ନିଷ୍ପତି ନେଇଛନ୍ତି । ତାଙ୍କୁ କିଏ ଅପୋରେଟ କରୁଛି, କାହା କଥାରେ ଏମାନେ ପରି ଚଳିତ , ଏମାନଙ୍କ କର୍ମକର୍ତ୍ତା କିଏ, ମାର୍ଚ୍ଚ ମାସ ପରି ଏକ ଗୁରୁତ୍ବପୁର୍ଣ ମାସରେ ଏମାନଙ୍କୁ କିଏ କହିଲା ଆନ୍ଦୋଳନ ଡକରା ଦେବା ପାଇଁ , ଏମିତି କେତେ କଣ ଆସିମାହିତ ପ୍ରଶ୍ନ ଉଙ୍କି ମାରୁଛି । ତେଣୁ ଏହାକୁ ରାଜ୍ୟର ସମସ୍ତ ସଂଘ ସମର୍ଥନ କରୁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ପୁରଞ୍ଜନ ପାଢ଼ୀ, 

ସେପଟେ ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ଭୁବନେଶ୍ୱରରେ ଲୋକେ ଯେଭଳି ଅସୁବିଧାର ସମ୍ମୁଖୀନ ନହେବେ, ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ ପୁଲିସ। ପବ୍ଲିକ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି। ଯଦି କେହି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ୧୧୨କୁ କଲ କରିବା ଲାଗି ପୁଲିସ କମିଶନର ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ସେ କହିଛନ୍ତି ଯେ, ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତ୍ବର ସହ ନେଉଛୁ। ଏହାକୁ ସଫଳ କରିବାକୁ ଚେଷ୍ଟା କରୁଛୁ। ଡ୍ରାଇଭରଙ୍କ ପାଇଁ ଆମେ ସକରାତ୍ମକ ଚିନ୍ତାଧାରା ରଖିଛୁ। ମୁଖ୍ୟମନ୍ତ୍ରୀ ପଜିଟିଭ ଚିନ୍ତା ରଖିବେ। ଦୁଇ ବର୍ଷ କୋଭିଡ ପରେ ପିଲାମାନେ ମେଟ୍ରିକ୍ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀଙ୍କ କୌଣସି ଅସୁବିଧା ନହେବା ପାଇଁ ମୁଁ ଡ୍ରାଇଭରମାନଙ୍କୁ ଅନୁରୋଧ କରୁଛି। ସାଧାରଣ ଜନଜୀବନ ଯେମିତି କୌଣସି ଅସୁବିଧା ନହୁଏ ଓ ଦାବିକୁ ଗୁରୁତ୍ବର ସହ ନେଇ ବିଚାର କରିବୁ।

ସେହିପରି ନିଖିଳ ଓଡିଶା ଅଟୋ ମହାସଂଘ, କ୍ୟାବ ସର୍ଭିସ ସଂଘ ସମେତ ଓଡିଶା ସଡକ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନଥିବା କହିଛନ୍ତି । ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଯାତ୍ରୀଙ୍କୁ ହଇରାଣ ନକରିବାକୁ ଏସବୁ ସଂଘ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିବା ଡ୍ରାଇଭର ମହାସଂଘକୁ ନିବେଦନ କରିଛନ୍ତି ।