ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟେନକୋବିକ
ଅଲଗା ହେଲେ ହାର୍ଦ୍ଦିକ-ନତାଶା

ଅଲଗା ହେଲେ ହାର୍ଦ୍ଦିକ-ନତାଶା । ଛାଡପତ୍ର ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟେନକୋବିକଙ୍କ ଛାଡପତ୍ର ହେବାକୁ ଯାଉଛନ୍ତି । ଗତ କିଛି ଦିନ ହେବ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଠିକ ନଥିବା ବେଳେ ଷ୍ଟାର କପଲ୍ ଖୁବଶୀଘ୍ର ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଆଲୋଚନା ଜୋରଧରିଥିଲା।
ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି ଏବେ ଅଲଗା ହେବେ ହାର୍ଦ୍ଦିକ-ନତାଶା । ଏନେଇ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି । ପୋଷ୍ଟ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି, ୪ ବର୍ଷ ସାଥିରେ ରହିବା ପରେ ନତାଶା ଆଉ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମେ ପୂରା ଚେଷ୍ଟା କରିଥିଲୁ ଏହି ସମ୍ପର୍କକୁ ରକ୍ଷା କରିବାକୁ । ହେଲେ ଆମକୁ ଲାଗୁଛି ଆମ ଦୁହିଁଙ୍କ ପାଇଁ ଏହା ସଠିକ ନିଷ୍ପତ୍ତି । ଏହା ଆମ ପାଇଁ ବହୁତ କଠିନ ନିଷ୍ପତ୍ତି । ଆମେ ଆମ ଜୀବନରେ ଅଗସ୍ତ୍ୟକୁ ପାଇ ବହୁତ ଖୁସି । ଆମେ ଦୁହେଁ ମିଶି ତାର ଲାଳନପାଳନ କରିବୁ । ଆମେ ତାକୁ ଦୁନିଆର ସବୁ ଖୁସି ଦେବୁ ।