ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏସିର ଯୁବ ବିଜେଡି ନେତା କାହ୍ନୁ ସାହୁଙ୍କୁ ବୁଧବାର ରାତି ୧୧ଟାରେ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏସିର ଯୁବ ବିଜେଡି ନେତା କାହ୍ନୁ ସାହୁଙ୍କୁ ବୁଧବାର ରାତି ୧୧ଟାରେ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। କାରରେ ସେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ତାଙ୍କ ଡାହାଣ ହାତ ଓ ଜଙ୍ଘରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
ପୂର୍ବରୁ ତାଙ୍କ କାର ଉପରେ ବୋମାମାଡ଼ ହୋଇଥିଲା। ଏହାଛଡା ଢେଙ୍କାନାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଆକ୍ରମଣ କରି କେହି ଦୁର୍ବୃତ୍ତ କାର ଛଡ଼ାଇ ନେଇଥିଲେ। ରାଜନୈତିକ ନା ପୂର୍ବ ବ୍ୟକ୍ତିଗତ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।