ଜାତୀୟ ଭୂମି ପୁରସ୍କାର ପାଇଥିବା ୧୯ଟି ଜିଲ୍ଲାକୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ସ୍ୱୀକୃତ ହୋଇଛି

ଜାତୀୟ ଭୂମି ପୁରସ୍କାର ପାଇଥିବା ୧୯ଟି ଜିଲ୍ଲାକୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ସ୍ୱୀକୃତ ହୋଇଛି। ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର ପାଇଥିବା ଦେଶର ୬୮ଟି ଜିଲ୍ଲା ମଧ୍ଯରୁ ଓଡିଶାର ୧୯ଟି ଜିଲ୍ଲା ରହିଛି । ଅନୁଗୁଳ, ବୌଦ୍ଧ, ବରଗଡ଼ , ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ମିଳିଛି ଜାତୀୟ ଭୂମି ସମ୍ମାନ। ଆଜି ସଂଧ୍ୟାରେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଆୟୋଜିତ ହେବାକୁ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟର ୧୯ଟି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ।