ସମୀର ରଞ୍ଜନ ଦାଶଙ୍କୁ କଳାପତାକା

ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ

ସମୀର ରଞ୍ଜନ ଦାଶଙ୍କୁ କଳାପତାକା

ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ । ବେଦପୁର ପଂଚାୟତ କୋଠାଘର ଉଦଘାଟନ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ସମୀରଙ୍କୁ ବିରୋଧ କରିଛନ୍ତି କିଛି ଅସନ୍ତୁଷ୍ଟ ଯୁବକ । କଳାପତାକା ଦେଖାଇ ବିଧାୟକଙ୍କ ଗାଡି ଆଗରେ ପ୍ରତିବାଦ କରିଛନ୍ତି । ଏଥିସହ ସମୀରଙ୍କ କୁଶପୁତଳିକା ଦାହ କରିଛନ୍ତି । ବିରୋଧ କରିଥିବା ଯୁବକମାନେ ଅସନ୍ତୁଷ୍ଟ ବିଜେଡି କର୍ମୀ ବୋଲି କୁହାଯାଉଛି । ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ତେବେ ରାସ୍ତା ବଦଳାଇ କାର୍ୟ୍ୟକ୍ରମ ସ୍ଥଳକୁ ବିଧାୟକ ଯାଇଥିବା ସୂଚନା ମିଳିଛି