୫-ଟି ସଚିବଙ୍କ ଗଞ୍ଜାମ ଗସ୍ତ: ରାଜ୍ୟର ପ୍ରଗତିରେ ଭାଗିଦାରୀ ହୁଅନ୍ତୁ ମହିଳା ଓ ଯୁବ ଗୋଷ୍ଠୀ

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତ: ରାଜ୍ୟର ପ୍ରଗତିରେ ଭାଗିଦାରୀ ହୁଅନ୍ତୁ ମହିଳା ଓ ଯୁବ ଗୋଷ୍ଠୀ

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତ: ରାଜ୍ୟର ପ୍ରଗତିରେ ଭାଗିଦାରୀ ହୁଅନ୍ତୁ ମହିଳା ଓ ଯୁବ ଗୋଷ୍ଠୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଠାରୁ ତିନିଦିନିଆ ଗଞ୍ଜାମ ଗସ୍ତ ଆରମ୍ଭ କରିଛନ୍ତି। ଏହି ତିନିଦିନରେ ସେ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀ ଏବଂ ୧୨ଟି ବ୍ଲକ୍ ତଥା ବ୍ରହ୍ମପୁର ମହାନଗର ସମେତ ୯ଟି ସହରାଞ୍ଚଳ ଗସ୍ତ କରୁଛନ୍ତି। ଏହି କ୍ରମରେ ୫-ଟି ସଚିବ ଲୋକଙ୍କ ଠାରୁ ଅଭିଯୋଗ ଶୁଣି ସେମାନଙ୍କ ଆବେଦନପତ୍ର ଗ୍ରହଣ କରିବେ, ସମସ୍ୟା ବୁଝିବେ। ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ, ସେମାନଙ୍କୁ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବେ, ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ବ୍ୟାପକ କରିବାକୁ ଆହ୍ବାନ ଦେବେ। ଏଥିସହ ସେ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ପରିଦର୍ଶନ କରି ସେଠାରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ।