ବଢିଲା ବିଜୟଙ୍କ ଅଡୁଆ
'ମତେ ନ୍ୟାୟ ମିଳିନି । ସେ କେମିତି ବାହା ହେଇଯିବେ ? କୋର୍ଟଙ୍କ ଦ୍ୱାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି

'ମତେ ନ୍ୟାୟ ମିଳିନି । ସେ କେମିତି ବାହା ହେଇଯିବେ ? କୋର୍ଟଙ୍କ ଦ୍ୱାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି ।' ଏଭଲି କିଛି ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମିକା ସୋମାଲିକା । ଅନ୍ୟତ୍ର ବିବାହ ପାଇଁ ବିଧାୟକ ବିଜୟ ଶଙ୍କର ଦାସଙ୍କ ଆବେଦନ ପରେ କଟକ ସବ୍ ରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଛନ୍ତି ପ୍ରେମିକା ସୋମାଲିକା । ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କର ଆବେଦନ କରିବା ପରେ ଲିଖିତ ଅଭିଯୋଗ କରିଛନ୍ତି ସୋମାଲିକା ।
ସୂଚନାଯୋଗ୍ୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ଆବେଦନ କରିଛନ୍ତି । ଗତ 21 ତାରିଖରେ ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଏହାକୁ ନେଇ ସୋମାଲିକା ସବ୍ ରେଜିଷ୍ଟାର ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଏହି ଘଟଣାରେ ବିଧାୟକ ବିଜୟ ଶଙ୍କର ସମ୍ପୂର୍ଣ୍ଣ ନିରବ ରହିଛନ୍ତି ।