ଆକାଶରୁ ହେଉଛି ଅଗ୍ନିବର୍ଷା

ଆକାଶରୁ ହେଉଛି ଅଗ୍ନିବର୍ଷା

ଆକାଶରୁ ହେଉଛି ଅଗ୍ନିବର୍ଷା

ଡେଉଁଛି ପାରଦ, ବଢୁଛି ତାତି । ଆକାଶରୁ ଅଗ୍ନିବର୍ଷା ହେଉଛି । ଟାଇଁ ଟାଇଁ ଖରା । ତାସାଙ୍ଗକୁ ଝାଞ୍ଜି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୯ଟାରୁ ମାଡ଼ି ଆସୁଛି ଖରା । ଦିନ ବଢ଼ିବା ସହ ତାତି ବଢୁଛି । ସାଢ଼େ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ପାର କରୁଛି ।

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର ।ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୯.୬, ହୀରାକୁଦରେ ୩୯.୬, ଚାନ୍ଦବାଲିରେ ୩୯ ଡିଗ୍ରୀ ସେଲସିୟସ୍‌ ରହିଛି ତାପମାତ୍ରା । ଭୁବନେଶ୍ୱର ଓ କେନ୍ଦୁଝରରେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୮.୨ ଡିଗ୍ରୀ ସେଲସିୟସ୍‌ ରହିଛି ପାରଦ । ଆଗାମୀ ୩-୪ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିବ । ବିଶେଷ କରି ପଶ୍ଚିମ ଓଡ଼ିଶାର ତାତି ଅଧିକ ରହିପାରେ ।