ସମ୍ବଲପୁର ଗସ୍ତରେ 5-T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ "ନୂଆ ଓ" ଛାତ୍ର ବୃତ୍ତି
ସମ୍ବଲପୁର ଗସ୍ତରେ 5-T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ "ନୂଆ ଓ" ଛାତ୍ର ବୃତ୍ତି

ସମ୍ବଲପୁର ଗସ୍ତରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ସୋମବାର 5-T ଅଧ୍ୟକ୍ଷ ସମ୍ବଲପୁର ଗସ୍ତରେ ଆସି ନୂଆ ଓ ଛାତ୍ର ବୃତ୍ତି ବଣ୍ଟନ କରିଛନ୍ତି । ଏନେଇ ସମ୍ବଲପୁର ମଣ୍ଡଳିଆ ପଡିଆରେ ୧୧ଟାରୁ ୧୧ଟା ୪୫ ଯାଏଁ କାର୍ଯ୍ୟକ୍ରମ ରହିଥିଲା । ଯେଉଁଥିରେ ସାରା ଜିଲ୍ଲାର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।
ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ଖୁସି ପ୍ରକଟ କରିଛନ୍ତି । ଯୁକ୍ତ ୩ ଛାତ୍ରଛାତ୍ରୀ ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଯେଉଁଥିରେ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ପ୍ରଦାନ କରାଯାଇଛି । ଏହା ଆର୍ଥିକସ୍ତରରେ ତାଙ୍କୁ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।