ଆଜି ହେଉଛି ପ୍ରେମ ଦିବସ
ଆଜି ହେଉଛି ପ୍ରେମ ଦିବସ, ସାରା ବିଶ୍ୱ ପାଳୁଛି ପ୍ରେମ ଦିବସ

ପ୍ରେମ, ଏହା ଏକ ଶବ୍ଦ ନୁହେଁ ଏହା ଏକ ସମ୍ପର୍କ,ପ୍ରେମ, ଏହା ଖାଲି ସମ୍ପର୍କ ନୁହେଁ ଏହା ଏକ ଜୀବନ l ପ୍ରେମ, ଖାଲି ଜୀବନ କହିଲେ ଏହା ଅଧା ହୋଇ ରହିଯାଏ ଏହାକୁ ପୁରା କରିବାକୁ ହେଲେ ଜନ୍ମ ଜନ୍ମାନ୍ତରୁ ସଂଗ୍ରାମ ଓ ସଙ୍ଘର୍ଷ ମଧ୍ୟରେ ସାରା ଜୀବନ ଅତିବାହିତ କରି ବଞ୍ଚିବା ର ରାହା ମଧ୍ୟ ରେ ପ୍ରେମ ହିଁ ମଣିଷ ଜୀବନ ର ଏକ ମାତ୍ର ଆପଣାର ମୁହୁର୍ତ୍ତ ବୋଲି ଧରାଯାଏ। ଯିଏ ଏହାକୁ ଠିକ୍ ସେ ବୁଝି ପାରି ସଦ୍ ଉପଯୋଗ କରିଛି, ସେ ଆଜି ଦୁନିଆରେ ସଫଳତା ର ସ୍ବାଦ ଚାଖିଛି, ଆଉ ଯିଏ ଏହି ପରିଭାଷା କୁ ଅଲଗା ଅର୍ଥରେ ନେଇ ଦୁରୁପଯୋଗ କରିଛି ସେତେ ବେଳେ ସେ ନିଜକୁ ଏକା ପାଇଛି , ଓ ସେ ଅତୀତର ସମୟକୁ ମନେ ପକାଇ ଝୁରି ଝୁରି ଆରପାରିକୁ ଚାଲିଯାଏ ସିନା କିନ୍ତୁ ଆଉ ପଛକୁ ଫେରି ପାରେନା କି ସେ ପବିତ୍ର ପ୍ରେମ ସମ୍ପର୍କ ରେ ଆଉ ଯୋଡ଼ି ହୋଇ ପାରେନା ।
ତେବେ ପ୍ରେମ , ଏହା ସିନା ଏକ ଅଢେଇ ଅକ୍ଷର ର ଶବ୍ଦ କିନ୍ତୁ ଏହାର ମାନ, ଧ୍ୟାନ, ମନ, ମହତ୍ତ୍ଵ ବହୁତ କିଛି ମଣିଷ ଜୀବନ ରେ ସାମଞ୍ଜସ୍ୟ ରହିଛି।
ପ୍ରଥମତଃ ପ୍ରେମ କଥା ପଡିଲେ ଆଜିକାଲି ହଠାତ୍ ଗୋଟିଏ ପୁଅ ଓ ଝିଅର ସମ୍ପର୍କ କୁ ନେଇ ପ୍ରଶ୍ନ ଉଠିଥାଏ, କିନ୍ତୁ ତାହା କେଉଁଠି କେତେ ବେଳେ ଆଉ କେଉଁ ସମ୍ପର୍କ କୁ ନେଇ ଉଠେ ତାହା ବୁଝି ରଖିବା ନିହାତି ଆବଶ୍ୟକ ।
ତେବେ ପ୍ରେମ ଯେ ଖାଲି ପୁଅ ଝିଅ ମଧ୍ୟରେ ହେଉଥିବା ସମ୍ପର୍କକୁ ବୁଝାଏ ତାହା ନୁହେଁ, ପ୍ରେମ ଏପରି ଏକ ପବିତ୍ର ସମ୍ପର୍କ ଯେ ଏହି ଭଲ ପାଇବାର ସମ୍ପର୍କ ଡୋରି ରେ ମା ପୁଅ, ଭାଇ ଭଉଣୀ, ବାପା ଝିଅ ସମସ୍ତ ପରିବାର ବାନ୍ଧି ହୋଇଯାଏ କିନ୍ତୁ ଏସବୁ ବୁଝିବା ପରେ ମଧ୍ୟ ଆଜିର ଯୁଗ ଅଜଣା ପୁଅ ଓ ଝିଅ ର ସମ୍ପର୍କ କୁ ପ୍ରେମ ଡୋରି ରେ ପ୍ରଥମେ ବାନ୍ଧି ଥାଏ। ପୁଅଟି ଯେତେ ବେଳେ ସ୍କୁଲ ରେ ପଢୁଥାଏ ତା ମନ ମୁଣ୍ଡରେ ଏ ପ୍ରେମ ଶବ୍ଦ ର ସମ୍ପର୍କ କିଛି ମାନେ ରଖେନା କିନ୍ତୁ କାଳକ୍ରମେ ଯେତେ ବେଳେ ପୁଅଟି ସ୍କୁଲ୍ ପଢା ସାରି କଲେଜ୍ ମାଟିରେ ପାଦ ଦିଏ ସେତେ ବେଳେ ସାଙ୍ଗ ସାଥି ଙ୍କ ପ୍ରରୋଚନାରେ ପଡି ଏହି ଅଢେଇ ଅକ୍ଷର ପ୍ରେମକୁ ଧିରେ ଧିରେ ବୁଝିବା ସହ ଆପଣେଇବାକୁ ଚେଷ୍ଟା କରେ ଏବଂ ଏଥି ପାଇଁ ସେ ତାର ମନର ମଇନା ସଜାଇବାକୁ ଏକ ଝିଅ ସାଥି ବା ଗାର୍ଲ୍ ଫ୍ରେଣ୍ଡ୍ ଖୋଜିଥାଏ, ଯଦି କୌଣସି କ୍ଷେତ୍ରରେ ଏହା ସଫଳତା ହାସଲ କରେ ଏ ସମାଜ ତାକୁ ଏକ ଅଲଗା ପରିଚୟ ଦିଏ ଯାହା ହେଉଛି ପ୍ରେମିକ ଓ ପ୍ରେମିକା ।
କିନ୍ତୁ କେତେକ କ୍ଷେତ୍ରରେ ଏହା ଏକତରଫା ହୋଇ ବିଫଳ ହୋଇଯାଏ ସେତେ ବେଳେ ବିଭିନ୍ନ ପ୍ରକାରର ଘଟଣା ଅଘଟଣ ମଧ୍ୟ ଘଟିଥାଏ । କିନ୍ତୁ ସେତେ ବେଳେ ଏ ସମାଜ ଏହି ସମ୍ପର୍କ କୁ ଏକ କଳଙ୍କିତ ଆଖ୍ୟା ଦେଇଥାଏ। ତେବେ କେତେକ କ୍ଷେତ୍ରରେ ଏହା ମଧ୍ୟ ଦେଖା ଦେଇଛି ଯେ ଷୋଳଟି ଫଗୁଣ ର ପାହାଚ ଡେଇଁ ଯେତେ ବେଳେ ଏକ ନୀରିହ ଝିଅ ତାର ପ୍ରଥମ ପ୍ରେମର ପ୍ରେମିକର ମିଠା କଥାର ବଶବର୍ତ୍ତୀ ହୋଇ ମନେ ମନେ ସେହି ପ୍ରେମିକ କୁ ମନର ମନ୍ଦିରରେ ଦିଅଁ ଦେବତା ସ୍ବରୂପ ପୁଜା କରେ ଏବଂ ସମାଜର ସବୁ ବାଧାବିଘ୍ନକୁ ଏଡାଇ ନିଜର ସାତ ଜନ୍ମ ପାଇଁ ସାଥି ଟିଏ ହୋଇ ସାରା ଜୀବନ ବିତାଇବା ପାଇଁ ମନେ ମନେ ପଣ ନେଇଥାଏ, କିନ୍ତୁ କେତେକ କ୍ଷେତ୍ରରେ ଏହା ସଫଳତାର ମହୁ ପରି ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ବିଷ ପାଲଟିଯାଏ । ଯେଉଁଠି କି ଏ ସମାଜ ଏହି ସ୍ଥାନରେ ଏହି ପବିତ୍ର ପ୍ରେମ ସମ୍ପର୍କ କୁ ହିଁ ଦାୟୀ କରିଥାଏ ।
ସେହିପରି କେତେକ କ୍ଷେତ୍ରରେ ଏହା ମଧ୍ୟ ଦେଖା ଦେଇଛି ଯେ କେତେକ ପୁଅ ମାନେ ଝିଅ ମାନଙ୍କୁ ଅତ୍ୟନ୍ତ ଆନ୍ତରିକତା ର ସହ ଭଲ ପାଉଥିବା ବେଳେ ସମାଜ ଓ ପରିବାର ଡରରେ ଝିଅଟି କିନ୍ତୁ ପୁଅର ପ୍ରେମର ପରିଭାଷା କୁ ବୁଝି ନବୁଝିବା ପରି ଅଭିନୟ କରି ପୁଅର ଭାବନା କୁ ଦଳି ଚକଟି ନିଜର ମନର ଭାବନାକୁ ଜଳାଞ୍ଜଳି ଦେଇ ପରିବାର ବର୍ଗ ଙ୍କ ସମର୍ଥନ ରେ ହଁ ରେ ହଁ ମିଶାଇ ନିଜର ଜୀବନ ସାଥୀ ଟିଏ ବାଛି ନେଇଥାଏ, ସେ କ୍ଷେତ୍ରରେ ପୁଅର ପ୍ରେମ ଅଗ୍ନିକୁଣ୍ଡ ରେ ପଡି ଛଟପଟ ହୋଇ ଏକ ବିରହ ପ୍ରେମ କାହାଣୀ ସୃଷ୍ଟି କରିଥାଏ ଯାହାକୁ ଯିଏ ହଜମ କରିପାରିଲା ତ ଠିକ୍ ନ ହେଲେ ଏକ ଅଜଣା ଦୁନିଆରେ ଅଜଣା ପରିଚୟ ନେଇ ବିରହ ବେଦନା ଜ୍ୱାଳାରେ ଛଟପଟ ହେବା ହିଁ ସାର୍ ହୋଇଥାଏ।
ସମସ୍ତେ ଜାଣିଛନ୍ତି ପୁଅଟିଏ ଜନ୍ମ ହୋଇଛି ମାନେ ତା ପାଇଁ ଝିଅ ଟିଏ ଅଛି, ବା ଝିଅ ଟିଏ ଜନ୍ମ ହୋଇଛି ମାନେ ତା ପାଇଁ ପୁଅ ଟିଏ ଅଛି । ଏମିତି କି କେତେକ ବିଦ୍ୱାନ କହିଥାନ୍ତି ଯେ ପୁଅ ଝିଅ ର ଯୋଡି ସମ୍ପର୍କ ସ୍ବାମୀ ସ୍ତ୍ରୀ ପରିଣତ ହେବା ତାହା ଉପରୁ ବନା ହୋଇ କି ଆସିଥାଏ, ଯିଏ ଯେଉଁ ଘରେ ଚାଉଳ ପକେଇଥାଏ ସିଏ ସେହି ଘରକୁ ଯାଇଥାଏ । କାହିଁକି ନା ବାପଘରେ ସିନା ଝିଅ ୨୦/୨୨ ବର୍ଷ ବିତାଇ ଥାଏ କିନ୍ତୁ ସାରାଜୀବନ ବିତାଇବାକୁ ହେଲେ ତାକୁ ଦିନେ ନା ଦିନେ ଆଉ ଏକ ଅଜଣା ଘରକୁ ଯିବାକୁ ପଡିଥାଏ ଯାହାକୁ ଏ ଦୁନିଆ ଶାଶୁ ଘର ନାମରେ ପରିଚିତ କରାଇଥାଏ। ତେବେ ଶାଶୂଘର କୁ ଯିବା କୁ ହେଲେ ଝିଅଟିକୁ ଏକ ଜୀବନ ସାଥୀ ଲୋଡା । ତେଣୁ ତାହା ପ୍ରେମ ସମ୍ପର୍କ ରେ ହେଉ ଅବା ବାପା ମା ଙ୍କ ଆୟୋଜନ ହେଉ ଝିଅ ଟି ତାର ଜୀବନ ସାଥୀ ପାଇବା ପରେ ତାର ପବିତ୍ର ପ୍ରେମ ସମ୍ପର୍କ ଅତ୍ୟନ୍ତ ନିବିଡ଼ ହେବା ନିହାତି ଆବଶ୍ୟକ ନହେଲେ ସମ୍ପର୍କରେ ଫାଟ ସୃଷ୍ଟି ହେଲା ବୈବାହିକ ଜୀବନ ଏକ ପ୍ରକାର ବିଷମୟ ପରିସ୍ଥିତି ସୃଷ୍ଟି କରିଥାଏ ଯାହାକୁ ନେଇ ଚଳିବା ଏକ ପ୍ରକାର ଦୁର୍ବିସହ ହୋଇ ଉଠେ ।
ତେବେ ଏ ତ ଥିଲା ପ୍ରେମ ର ପବିତ୍ର ସମ୍ପର୍କ ର ପରିଭାଷା କିନ୍ତୁ ଏହାକୁ କେତେକ ଦୁରୁପଯୋଗ କରି ନିଜର ଜୀବନ କୁ ଛାରଖାର କରିବା ସହ ପ୍ରେମ ସମ୍ପର୍କ ରେ ପ୍ରତିଶୃତି ଓ ପରେ ପ୍ରତାରଣା ର ମଧ୍ୟ ଶୀକାର ହୋଇଛନ୍ତି। ଉଦାହରଣ ସ୍ୱରୂପ ଯଦି ଦେଖାଯାଏ ଏହି ପ୍ରେମ ସମ୍ପର୍କ କୁ କେତେକ ଲମ୍ପଟ ଚରିତ୍ର ନିଜର ସ୍ବାର୍ଥ ସାଧନ କରିବା ସହିତ ନିଜର ଦୈହିକ ସୁଖ ମେଣ୍ଟାଇବା ପାଇଁ ବିଭିନ୍ନ ଘୃଣ୍ୟ କାର୍ଯ୍ୟ କରିବାକୁ ମଧ୍ୟ ପଛାଇ ନଥାନ୍ତି। ଆଜିର ସମାଜରେ ଏପରି କଳୁଷିତ ଦୃଷ୍ଟାନ୍ତ କୁଢ଼ କୁଢ଼ ସୃଷ୍ଟି ହେଉଥିବା ବେଳେ ତଥାପି ନିରିହ ପୁଅ ଝିଅ ଏହି ବହ୍ନି ରେ ଜଳି ପୋଡ଼ି ପାଉଁଶ ହୋଇ ଯାଉଛନ୍ତି। ତଥାପି ସୁଧୁରୁଛି ଅବସ୍ଥା ନା ସୁଧାରି ହେଉଛି ବ୍ୟବସ୍ଥା, କେବଳ ଉପଦେଶ ଦେବା ହିଁ କେବଳ ସାର୍ ହେଉଛି।
ତେବେ ଏତେ ପରେ ବି ଯେ କେହି ମାନିବ ଯେ ପ୍ରକୃତରେ ପ୍ରେମ ହିଁ ପବିତ୍ର, ପ୍ରେମ ହିଁ ପୁଜା , ପ୍ରେମ ହିଁ ସମ୍ପର୍କ, କିନ୍ତୁ କିଏ ଏହି ସମ୍ପର୍କ କୁ କେଉଁ ରୁପ ଦେଉଛି ଏବଂ ଏହାକୁ କି ପ୍ରକାର ବ୍ୟବହାର କରୁଛି ତାହା କେବଳ ସେହିଁ କହି ପାରିବ କାରଣ ଏହି ଅଢେଇ ଅକ୍ଷର ପ୍ରେମ କିଛି ବି ମାନେ ନା ଯାହା କେବଳ ଭୟ କରେ ଦୁଇଟି କାରଣ କୁ ଯାହାକୁ କେହିଜଣେ କହିଛନ୍ତି କି
" ଦୋ ବାତେଁ ହୋ ସକ୍ତି ହେ ସନମ୍ ତେରେ ଇନ୍ କାର୍ କି ,
ୟା ଦୁନିଆ ସେ ତୁ ଡର୍ ତି ହେ ୟା କଦର ନେହିଁ ମେରେ ପ୍ୟାର୍ କି " ...........