ବୃକ୍ଷ ରୋପଣ ଓ ସ୍ଵଛଭାରତ ମିଶନ
ମା କାମନା ଦେବୀ ଏଚ ପିଗ୍ୟାସ ପକ୍ଷରୁ ବୃକ୍ଷ ରୋପଣ ଓ ସ୍ଵଛଭାରତ ମିଶନ କାର୍ଯ୍ୟକ୍ରମ।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୁଇ ଗ୍ରାମ ରେ ଥିବା ବାବା କୃଶ୍ନେଶ୍ୱର ମନ୍ଦିର ପରିସରେ ମା କାମନା ଦେବୀ ଏଚପିସିଏଲ ଗ୍ରମୀଣ ବିତରକ ର ୯୨ ତମ ଜନ୍ମବାର୍ଷିକୀ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉତ୍ସବ ପାଳନ ଅବସରରେ ଏଚପିସିଏଲ ଗ୍ରମୀଣ ବିତରକ ପକ୍ଷରୁ ବୃକ୍ଷ ରୋପଣ ଓ ସ୍ଵଛଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଛି।
ମନ୍ଦିର ପରିସରରେ ପଡ଼ିଥିବା ଅଳିଆ ଆବର୍ଜ୍ଜନା ସ୍ଥାନକୁ ଝାଡ଼ୁ ମାରି ସଫାସୁତୁରା କରିବା ସହ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା।
ପରେ ସ୍ଵଛଭାରତ ପାଇଁ ନିଜକୁ ୨ ଘଣ୍ଟା ସମୟ ପ୍ରଦାନ କରିବାପାଇଁ ଏଚପିସିଏଲ ର ସମସ୍ତ କର୍ମକର୍ତ୍ତା ମାନେ ଦୃଢ଼ ଇଚ୍ଛାଶକ୍ତି ରଖି ସମସ୍ତେ ଏକ ସ୍ଵରରେ ବାବା କୃଶ୍ନେଶ୍ୱର ଙ୍କ ନିକଟରେ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଡମଣଭୁଇ ଗ୍ରାମ ର ଶାନ୍ତି କମିଟି ପୁର୍ଣ୍ଣ ମାତ୍ରାରେ ସହାଯ୍ୟ ହଯୋଗ ଯୋଗାଇ ଦେଇ ଥିଲେ।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ