ମୋକିମଙ୍କୁ ନେଇ ଆସିଲା ବଡ଼ ଖବର

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରମିକୋର୍ଟରୁ ଆଶ୍ୱସ୍ତି ମିଳିଛି

ମୋକିମଙ୍କୁ ନେଇ ଆସିଲା ବଡ଼ ଖବର

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରମିକୋର୍ଟରୁ ଆଶ୍ୱସ୍ତି ମିଳିଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କୁ ଆତ୍ମସମର୍ପଣରୁ ଛାଡ଼ କରିଛନ୍ତି । ଏପ୍ରିଲ ୨୨ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମୋକିମ ଆତ୍ମସମର୍ପଣ କରିବେନି ।

ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  ବିଧାୟକ ମହମ୍ମଦ ମୋକିମ । ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ସୁଯୋଗ ଦେବାକୁ ଏବଂ ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ୟ୍ୟନ୍ତ ଜାମିନ ପ୍ରଦାନ କରିବାକୁ ସେ ଆବେଦନରେ ପ୍ରାର୍ଥନା କରିଥିଲେ । ଏଥିସହ ଜରିମାନା ରାଶି ଆଦାୟ ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ ।ଓଆରଏଚଡିସି ଦୁର୍ନୀତି ମାମଲାରେ ତଳ କୋର୍ଟ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ କରିଥିଲେ । ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଥିଲେ । ଯାହାକୁ ଚାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୋକିମ । ଫଳରେ ସେ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନ କରିବା ଏବେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଉପରେ ନିର୍ଭର କରୁଛି ।