ଉଦ୍ଘାଟନ ହେଲା ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପ୍ ୱେ
ଉଦ୍ଘାଟନ ହେଲା ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପ୍ ୱେ

ଆଜି ଅପରାହ୍ଣରେ ନନ୍ଦନକାନନ ରୋପ୍ ୱେକୁ ଉଦ୍ଘାଟନ କରିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନେ ରୋପ୍ ୱେର ମଜା ନେଇପାରିବେ ।
ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିଛି ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ । ଏହା ସହିତ କାଞ୍ଜିଆ ହ୍ରଦ ଜଳ ରାଶି ସହିତ ବୋଟିଂର ଦୃଶ୍ୟ ରୋପୱେରେ ବସି ଦେଖିପାରିବେ । ପର୍ଯ୍ୟଟକ ମାନେ ଏହାର ମଜା ଉଠାଇବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।