ରାଜ୍ୟରେ ୧୭ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା ଅଛି ।

ରାଜ୍ୟରେ ୧୭ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା ଅଛି । ୧୭ ତାରିଖରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜର କିଛି ସ୍ଥାନରେ ବର୍ଷା ହୋଇପାରେ । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୋମବାର କିରେଇରେ ରାତି ତାପମାତ୍ରା ସବୁଠୁ କମ୍‌ ଥିଲା । ଏଠାରେ ୭.୭ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସୁନ୍ଦରଗଡ଼ରେ ୮.୫, ଜି ଉଦୟଗିରିରେ ୮.୬, ରାଉରକେଲାରେ ୮.୯, କୋରାପୁଟରେ ୯, ଫୁଲବାଣୀରେ ୧୦.୫, ସିମିଳିଗୁଡ଼ାରେ ୧୦.୭, କେନ୍ଦୁଝରରେ ୧୧.୪, ଦାରିଙ୍ଗିବାଡ଼ିରେ ୧୧.୫, ବାରିପଦାରେ ୧୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ ପୂର୍ବାନୁମାନ କରି କହିଛନ୍ତି, ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଦୁଇ ଦିନ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ସୋମବାରଠାରୁ ଉପକୂଳରେ ଶୀତର ପ୍ରଭାବ ସାମାନ୍ୟ କମିଛି । ସେପଟେ କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ଯୋଗୁ କମ୍‌ ଶୀତ ଅନୁଭୂତ ହୋଇଛି ।