ଲାଲୁଙ୍କୁ ମୋଦିଙ୍କ କଡ଼ା ଜବାବ
ମୋଦିଙ୍କ ପରିବାର କିଏ? ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦିଙ୍କ ପରିବାର କିଏ? ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୧୪୦ କୋଟି ଜନତା ମୋ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ତେଲେଙ୍ଗାନା ଆଦିଲାବାଦ୍ ରେ ସାଧାରଣଜନତାଙ୍କୁ ସମ୍ବୋଧନ ବେଳେ କିଛି ଏଭଳି କହି ବିରୋଧୀ ମେଣ୍ଟକୁ ଧରାଶାୟୀ କରିଛନ୍ତି ।
ପୂରା ଦେଶ ହେଉଛି ମୋର ପରିବାର । ମୋର ଜୀବନ ଗୋଟେ ଖୋଲା ବହି ପରି । ସେଥିରେ ଲୁଚାଇବାର କିଛି ନାହିଁ । ପୂରା ଦେଶ ହେଉଛି ମୋର ପରିବାର । ଯେଉଁ ମାନେ ପରିବାରବାଦରେ ବିଶ୍ୱାସ କରନ୍ତି ସେମାନେ ଏଭଳି ଭାଷାର ପ୍ରୟୋଗ କରନ୍ତି । କିନ୍ତୁ ମୋ ପାଇଁ ଦେଶର ୧୪୦ କୋଟି ଜନତା ମୋ ପରିବାର, ମୋ ଘର, ମୋ ମାଆ, ମୋ ଝିଅ । ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି 'ମୋ ପରିବାର'। ଏପରିକି 'ମେରା ଭାରତ' 'ମେରା ପରିବାର' ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଅଳ୍ପ ବୟସରେ ଘର ଛାଡିଥିଲେ । କେବଳ ଲୋକଙ୍କ ସେବାକୁ ହିଁ ସେ ସ୍ୱପ୍ନ ରୂପେ ଦେଖି ଆସିଛନ୍ତି । ନିଜ ଜୀବନକୁ ସେ "ସେବା" ଭାବରେ ଜନତାଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି । ବିରୋଧୀ ମୋଦିଙ୍କ ପରିବାର ନାହିଁ କହିବା ବେଳେ ପ୍ରଧାନମନ୍ତ୍ରୀ ଏପରି ବକ୍ତବ୍ୟ ଦେଇ ବିରୋଧୀଙ୍କ ପାଟି ଚୁପ କରାଇ ଦେଇଛନ୍ତି ।