ଛତୁଆ ବଦଳରେ ମିଳିବ ମାଣ୍ଡିଆ

ଆଇନାଦେଖାଇଲେ ପ୍ରଭାତୀ

ଛତୁଆ ବଦଳରେ ମିଳିବ ମାଣ୍ଡିଆ

ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ଯୋଜନା କରୁଛନ୍ତି ସରକାର । ସେଥିପାଇଁ ଛତୁଆ ବଦଳରେ ଏବେ ପିଲାଙ୍କୁ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛନ୍ତି ସରକାର । ରାଜ୍ୟରେ ସବୁଆଡେ ଏବେ ଛତୁଆ ନୁହଁ ବରଂ ଆଞ୍ଚଳିକତା ଭିତ୍ତିରେ ପିଲାଙ୍କୁ ଦିଆଯିବ ଖାଦ୍ୟ ।

ଅପପୃଷ୍ଟିମୁକ୍ତ ଓଡିଶା ଗଠନ କରିବାକୁ ଯୋଜନା କରୁଛନ୍ତି ସରକାର । ସେଥିପାଇଁ ଛତୁଆ ବଦଳରେ ଏବେ ପିଲାଙ୍କୁ ମାଣ୍ଡିଆଦେବା ପାଇଁ ଚିନ୍ତା କରୁଛନ୍ତି ସରକାର । ରାଜ୍ୟରେ ସବୁଆଡେ ଏବେ ଛତୁଆ ନୁହଁ ବରଂଆଞ୍ଚଳିକତା ଭିତ୍ତିରେ ପିଲାଙ୍କୁ ଦିଆଯିବ ଖାଦ୍ୟ । ଖରାପ ଛତୁଆକୁନେଇ ସରକାର ସବୁବେଳେ ନିନ୍ଦା ଅପବାଦ ମୁଣ୍ଡାଉଛନ୍ତି । ଆଗକୁ ପୁଷ୍ଟିଯୁକ୍ତ ଛତୁଆ କିଭଳି ପ୍ରସ୍ତୁତହେବ ଏବଂ ଏହାର ମାନ ବଜାୟ ରହିବ ସେଥିପାଇଁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଆଯିବ ବୋଲି କହିଛନ୍ତିଉପମୁଖ୍ୟମନ୍ତ୍ରୀ ।

ପୋଷଣ ମାସପାଳନ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଓ ସିଡ଼ିପିଓ ଅପପୁଷ୍ଟି ମୁକ୍ତ ଓଡ଼ିଶାର ଉଦାହରଣ ରଖିଥିଲେ ।କିନ୍ତୁ ସତ ଠାରୁ ବହୁ ଦୂରରେ ଥିବା କହି ବାସ୍ତବତାର ଆଇନା ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଆଇନାଦେଖାଇଲେ ପ୍ରଭାତୀ

-ରାଜ୍ୟରେ ୧୦ ଲକ୍ଷରୁ ଅଧିକ କମ ଉଚ୍ଚତା ବିଶିଷ୍ଟ ପିଲା ରହିଛନ୍ତି

-୨୦ ଲକ୍ଷ ପିଲା ରକ୍ତହୀନତାର ଶିକାର

-୫ ଲକ୍ଷ ଶିଶୁଙ୍କର ମାଂସପେଶୀ ଦୁର୍ବଳ ରହିଛି

-୨୪ ଲକ୍ଷ ମହିଳାଙ୍କର ଆବଶ୍ୟକତା ଠାରୁ କମ ଓଜନ ରହିଛି

-୩ ଲକ୍ଷ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର

କିଛି ଏଭଳି କହି ରାଜ୍ୟରେ ଅପପୁଷ୍ଟିର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛନ୍ତିଉପମୁଖ୍ୟମନ୍ତ୍ରୀ ।

୨୦୧୮ ମସିହାପରଠାରୁ ରାଜ୍ୟରୁ କୁପୋଷଣ ଦୂର କରିବାକୁ ପୋଷଣ ମାସ ପାଳନ ହୋଇ ଆସୁଛି । କର୍ମଚାରୀ ବାରମ୍ବାର ଶପଥନେଉଛନ୍ତି, କିନ୍ତୁ ସରକାର ଏ ଦିଗରେ ସଫଳ ହେଉନାହାନ୍ତି । ଏବେ ସରକାରଙ୍କ ତତ୍ପରତା ରାଜ୍ୟରୁ କୁପୋଷଣଦୂର କରିବାରେ କେତେ ସହାୟକ ହେବ ତାହା ଉପରେ ନଜର ରହିବ ।