ନେପାଳର କାଠମାଣ୍ଡୁର ବିମାନବନ୍ଦରରେ ଭୟଙ୍କର ଦୁର୍ଘଟଣା

ନେପାଳର କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରେ ଭୟଙ୍କର ବିମାନ ଦୁର୍ଘଟଣା । ଟେକ୍ ଅଫ୍ ବେଳେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୧୯ ଜଣ ଯାତ୍ରୀ ଥିଲେ । ତେବେ ଏନେଇ କେତେଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନି । ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା ।
ସୂଚନାଥାଉକି, ବିମାନଟି ସୌର୍ଯ୍ୟା ଏୟାରଲାଇନ୍ସର ଥିଲା ।ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ବିମାନଟି ଟେକ୍ ଅଫ୍ ସମୟରେ ରନୱେରୁ ଖସି ଯାଇ ଦୁର୍ଘଟଣା ଘଟାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି ।