ଗୀତାଞ୍ଜଳି ଙ୍କୁ ବିଜେଡି ର ଉପହାର
ପାରାଦୀପ ବିଧାନସଭା ପାଇଁ ମିଳିଲା ବିଜେଡି ଟିକେଟ

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ସ୍ବର୍ଗତ ଦାମୋଦର ରାଉତ୍ ଙ୍କ ବୋହୁ ତଥା ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ ଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ରାଉତରାୟ ଙ୍କୁ ପାରାଦୀପ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ମିଳିଛି । ପାରାଦୀପ ଆସନ ପାଇଁ ଅନେକ ଦାବିଦାର ଥିବା ବେଳେ ଗୀତାଞ୍ଜଳି ଙ୍କ ଉପରେ ଭରସା କରିଛି ବିଜେଡି । ଆଜି ଏନେଇ ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ଧି ବଦ୍ଧ ଭାବେ ଘୋଷଣା କରି ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଛନ୍ତି ।
ପୂର୍ବରୁ ୩ଟି ପର୍ଯ୍ୟାୟ ରେ ଦଳ ତାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପାରାଦୀପ ଆସନକୁ ଝୁଲାଇ ରଖିଥିଲା ଯେଉଁଥିରେ କେତେକ ବିଧାୟକ ସମ୍ୱିତ ଙ୍କ ବିରୋଧୀ ଏକଜୁଟ ହୋଇ ମେଳି ବାନ୍ଧି ସଭା ସମିତି କରିଥିଲେ ଯେଉଁଥିରେ ଦାମ ରାଉତଙ୍କ ପରିବାର ର କୌଣସି ସଦସ୍ୟ ଙ୍କୁ ଟିକେଟ୍ ନ ଦେବା ପାଇଁ ଦାବୀ କରିଥିଲେ । ଯାହାକୁ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସେବେଠାରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଉ ଏହାରି ଭିତରେ ଗୀତାଞ୍ଜଳୀ ଙ୍କୁ ଦଳ ସେଠାରୁ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛି ।
ତେବେ ପାରାଦୀପ ଆସନରେ ଏଥର ବିଧାନସଭା ରେ ବଡ ଲଢେଇ ଦେଖିବାକୁ ମିଳିବ । କାରଣ ଏହି ଆସନରୁ ବିଜେପି ର ସମ୍ପଦ ସ୍ବାଇଁ ଙ୍କୁ ଦଳ ଟିକେଟ ଦେଇଛି । ଏହି ଆସନରୁ ୨୦୧୯ ବିଧାନସଭା ନିର୍ବାଚନରେ ସମ୍ପଦ ପ୍ରାୟ ୩୬ହଜାର ଭୋଟ୍ ପାଇଥିବା ବେଳେ ବର୍ତ୍ତମାନ ତାଙ୍କ ସଂଗଠନ ଆହୁରି ମଜଭୂତ କରିଛନ୍ତି । ତେବେ ଉକ୍ତ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସମ୍ବିତ୍ ରାଉତରାୟ ଙ୍କୁ ପ୍ରାୟ ୭୦ ହଜାର ଭୋଟ ପାଇଁ ଜିତାପଟ ହାସଲ କରିଥିଲେ କିନ୍ତୁ ଚଳିତ ନିର୍ବାଚନ ରେ କଂଗ୍ରେସ ନେତା ବାପି ସର୍ଖେଲ୍ ଙ୍କ ପତ୍ନୀ ମୋନିଦୀପା ସର୍ଖେଲ୍ ବିଜେଡି ରେ ସାମିଲ୍ ହେବା ପରେ ବିଜେଡ଼ିର ଭୋଟ ହାର ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ଦଳ ଏଥର ପାରାଦୀପ ଆସନରେ ବିଜୟୀ ହେବା ପାଇଁ ନୂଆ ଚାଲ ଖେଳିଛି ଆଉ ସମ୍ବିତ ରାଉତରାୟ ଙ୍କ ସ୍ଥାନରେ ମହିଳା କାର୍ଡ ଖେଳି ତାଙ୍କ ସ୍ଥାନରେ ତାଙ୍କ ପତ୍ନୀ ଗୀତାଞ୍ଜଳୀ ଙ୍କୁ ବିଜେଡି ବିଧାନସଭା ଟିକେଟ ଦେଇଛି । ତେଣୁ କଂଗ୍ରେସ ମଧ୍ୟ ଏଥର ତାର ପକେଟ୍ ଭୋଟ୍ ସଜାଡିବାକୁ ଉଦ୍ୟମ କରିଛି ଯେଉଁଥି ପାଇଁ ଏଥର ପାରାଦୀପ ରେ ବିଗ୍ ଫାଇଟ୍ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଗୀତାଞ୍ଜଳି ଙ୍କୁ ଟିକେଟ୍ ମିଳିବା ପରେ ସମସ୍ତ ଅନୁଗତ ଓ ଦଳୀୟ କର୍ମୀ ଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି ।