ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ : ମନମୋହନ ସାମଲ

ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ । ଯାହାକୁ ଆଧାର କରି ଆଜି ଦେଶ ଅଗ୍ରଗତି କରିଛି । ଅଟଳଜୀ କେବଳ ବିଜେପିର ନେତା ନଥିଲେ, ସେ ପୂରା ଦେଶର ନେତା ଥିଲେ । ସ୍ୱର୍ଗତଃ ଅଟଳଜୀ ଏକାଧାରରେ ଜଣେ କବି, ରାଜନେତା, ଦାର୍ଶନିକ, ଶିକ୍ଷକ, ସାମ୍ବାଦିକ, ଶ୍ରେଷ୍ଠ ବୈଦଶିକ ମନ୍ତ୍ରୀ, ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ, ଜଣେ ବିଚକ୍ଷଣ କୁଟନୀତିଜ୍ଞ, ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, କୁଶଳୀ ସଙ୍ଗଠକ ଥିଲେ । ୧୯୨୪ ଡିସେମ୍ବର ୨୫ ତାରିଖରେ ଏହି ରାଷ୍ଟ୍ରପୁରୁଷ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ପ୍ରତିରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀ ଦେଶରେ ସୁଶାସନ ବ୍ୟବସ୍ଥା କରିଥିଲେ । ସେଥିଲାଗି ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖକୁୁ "ସୁଶାସନ ଦିବସ" ଭାବେ ପାଳନ କରାଯାଉଛି । ପଣ୍ଡିତ ଦୀନଦୟାଲଜୀଙ୍କ ମହାନ ବିଚାର 'ଅନ୍ତ୍ୟୋଦୟ'କୁ ଅଟଳଜୀ ପ୍ରଥମେ କାର୍ଯ୍ୟକାରୀ କରିଥିଲେ ଏବଂ ବର୍ତମାନ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା ଜାରୀ ରଖିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ସୁଶାସନ କ'ଣ? ତାର ଦୃଷ୍ଟାନ୍ତ ଓ ଉଦାହରଣ ଇତ୍ୟାଦି ସ୍ୱର୍ଗତଃ ଅଟଳଜୀଙ୍କ ଶାସନ କାଳ ସମୟରେ ଦେଖିବାକୁ ମିଳିଥିଲା । ଭାରତର ଅନ୍ଧକାର ଭିତରେ ଆଲୋକ ଆଣିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ । ବୈଦେଶିକ ବ୍ୟାପର ବିଭାଗରେ ଅଟଳଜୀଙ୍କ ପାରଦର୍ଶିତା ଥିଲା । ସ୍ୱର୍ଗତଃ ଅଟଜୀ ପାକିସ୍ତାନକୁ ଏକ ଘରିଆ କରିବା ସହ ସମସ୍ତ ଦେଶକୁ ଏକଜୁଟ କରିବା କୂଟନୀତିଜ୍ଞ ଥିଲେ । ଦେଶରେ ତୃଷ୍ଟିକରଣ ହେବ ନାହିଁ ସମସ୍ତଙ୍କୁ ନ୍ୟାୟ ଦିଆଯିବ ଆହ୍ୱାନକୁ ନେଇ କାର୍ଯ୍ୟ କରୁଥିଲେ ଅଟଳଜୀ । ସରକାରକୁ ଆସିବା ପରେ ଅଟଳଜୀ ୧୩୫ନଂ ଦେଶକୁ ୬ନଂ ରାଷ୍ଟ୍ରରେ ପରିଣତ କରିଥିଲେ । ପରମାଣୁ ପରୀକ୍ଷଣ କରି ଭାରତର ଅସ୍ମିତା, ଗୌରବ ଏବଂ ଶକ୍ତି କାର୍ଯ୍ୟ କରିଥିଲେ । କାମଚଳା ପ୍ରଧାନମନ୍ତ୍ରୀ ଥିଲାବେଳେ "କାରଗିଲ" ଯୁଦ୍ଧରେ ଯଶସ୍ୱୀ ହୋଇଥିଲେ । ପାକିସ୍ତାନକୁ ପରାସ୍ତ କରିଥିଲେ । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ଶରୀରକୁ ଘରେ ପହଂଚାଇବାର ସୁବ୍ୟବସ୍ଥା ସହ ରାଷ୍ଟ୍ରୀୟ ସମ୍ମାନର ବ୍ୟବସ୍ଥା ଓ ପରମ୍ପରା ସୃଷ୍ଟି କରିଥିଲେ ।

୧୯୯୯ ମସିହା ମହାବାତ୍ୟା ପରେ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍‌, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ ।