ଓଏସଏସସି ଜେଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟର ମାଇଣ୍ଡକୁ ବିହାରରୁ ଗିରଫ କରାଯାଇଥିବା କହିଛି ବାଲେଶ୍ଵର ପୋଲିସ

ଓଏସଏସସି ଜେଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ସାରା ରାଜ୍ୟରେ ଚହଳ ପକାଇଥିବା ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପୁଲିସକୁ ବଡ଼ ସଫଳତା। ପ୍ରଶ୍ନପତ୍ର ଲିକ୍‌ ମାମଲାର ମାଷ୍ଟର ମାଇଣ୍ଡ ଗିରଫ। ବିହରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୁଲିସ। ମାଷ୍ଟର ମାଇଣ୍ଡ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମଧ୍ୟରେ ଓଡ଼ିଶାରୁ ୪ଜଣ ଥିବା ସୂଚନା ରହିଛି। ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା। ଆଜି ଗିରଫ ହୋଇଛି ମାଷ୍ଟର ମାଇଣ୍ଡ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୬ ଜଣ ଗିରଫ ହେଲେଣି।

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍‌ଏସ୍‌ସି) ପକ୍ଷରୁ ୨୦୨୩ ଜୁଲାଇ ୧୬ରେ ଅନୁଷ୍ଠିତ ଜେଇ ସିଭିଲ୍ ମେନ୍ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଏସପି ସାଗରିକା ନାଥ ସୂଚନା ଦେବା ପରେ ଓଏସ୍‌ଏସ୍‌ସି ତୁରନ୍ତ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ତଦନ୍ତରୁ ଜଣାପଡିଥିଲା ପରୀକ୍ଷା ପୂର୍ବ ଦିନ ପ୍ରଶ୍ନପତ୍ର ଲିକ୍ ହୋଇଥିଲା।

ସେପ୍ଟେମ୍ବର ୩ ତାରିଖରେ ଜେଇ ସିଭିଲ ପାଇଁ ନୂଆ କରି ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଏସ୍‌ଏସ୍‌ସି ପକ୍ଷରୁ ଘୋଷଣା କରାଯାଇଛି।

ତେବେ ଏହି ସାମ୍ବାଦିକ ସମ୍ମିଳନୀ ରେ ନୂତନ ଭାବେ ପଦୋନ୍ନତି ପାଇଥିବା ଶୁଭ୍ରାଂଶୁ ଶେଖର ନାୟକ ମଧ୍ୟ ଉପସ୍ଥିତ ଥିଲେ ।