ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ ସଚଳ ହେଲା

ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତ ର କାଇଁଶିରି ଗ୍ରାମରେ ବ୍ଲକ ପ୍ରଶାସନ ତରଫରୁ ସୌର ପାନୀୟ ଜଳ ପ୍ରକଳ୍ପ ଅକାମୀ ହୋଇପଡ଼ିଥିଲା ପରେ ସକ୍ଷମ ହୋଇଛି

ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ ସଚଳ ହେଲା

ଭୁବନ ୨୦.୪- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତ ର କାଇଁଶିରି ଗ୍ରାମରେ ବ୍ଲକ ପ୍ରଶାସନ ତରଫରୁ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା l ଲୋକମାନେ ଏହା ଦ୍ବାରା ସୁବିଧାରେ ପାଣି ପାଉଥିଲେ l ବ୍ଲକ ପ୍ରଶାସନ ଓ ସୌର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରିଥିବା ସଂସ୍ଥା କୁ ବଦନାମ୍ କରିବା ଉଦ୍ଦେଶ୍ୟରେ କୌଣସି ଦୁର୍ବୃତ ସୌର ପ୍ରକଳ୍ପ ତାର କାଟି ଦେଇଥିଲା l ଫଳରେ ଏହି ପ୍ରକଳ୍ପ ଟି ଅଚଳ ହୋଇ ପଡ଼ିଥିଲା ଓ ଲୋକମାନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ l ଏ ସମ୍ପର୍କରେ ଅଭିଯୋଗ ପାଇ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ପାନୀୟ ଜଳ ପ୍ରକଳ୍ପ କୁ ତୁରନ୍ତ ସଚଳ କରାଇବାକୁ ବିଡ଼ିଓ କଲ୍ୟାଣ ସୌରଭ ଦାଶ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ବିଡ଼ିଓ ଶ୍ରୀଯୁକ୍ତ ଦାଶ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ , ଏସ ଡି ଓ ଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ବିଭାଗୀୟ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ତାର କଟି ଯାଇଥିବା ଦେଖିବାକୁ ପାଇଥିଲେ ଓ ସଙ୍ଗେ ସଙ୍ଗେ ସଜାଡ଼ିଥିଲେ l ଫଳରେ ଲୋକମାନେ ଖୁସିରେ ଆତ୍ମହରା ହୋଇ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷା ଙ୍କୁ କୃତଜ୍ଞତା ଜଣାଇଥିଲେ l