ମୁଖ୍ୟମନ୍ତ୍ରୀଙ୍କ ଦେଖା ନାହିଁ, ସଚିବ ଙ୍କ ଗ୍ରସ୍ତ କାହା ପାଇଁ

୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଯୋରନ୍ଦା ଆସିନାହାଁନ୍ତି, ସଚିବଙ୍କ ଗସ୍ତ ଏକ ପ୍ରକାର ପ୍ରହସନ- ବିଜେପି 

ମୁଖ୍ୟମନ୍ତ୍ରୀଙ୍କ ଦେଖା ନାହିଁ, ସଚିବ ଙ୍କ ଗ୍ରସ୍ତ କାହା ପାଇଁ

ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର ସୁରକ୍ଷା ଓ ଗଣତରୀୟ ପରମ୍ପରାକୁ ସୁଦୃଢ କରିବା ପାଇଁ ସଦା ପ୍ରୟାସରତ, ଉଦଘାଟିତ ସଂସଦ ଭବନ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ଏକ ପରିଚୟ । ଗଣତନ୍ତ୍ରର ପରମ୍ପରାରେ ଜନପ୍ରତିନିଧ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ହେଉଛନ୍ତି ଏକ ଅବିଚ୍ଛେଦ୍ୟ ଅଙ୍ଗ । କୌଣସି ପରସ୍ଥିତିରେ ମଧ୍ୟ ଏହି ଲକ୍ଷ୍ମଣ ରେଖା ପାର୍ କରି ସୀମା ବାହାରକୁ ଯିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ଜନପ୍ରତିନିଧି ଜନତାଙ୍କ ପାଖରେ ସବୁବେଳେ ଉତର ଦାୟୀ ରହିଥାନ୍ତି ମାତ୍ର ଅମଲାତନ୍ତ୍ର ଉତରଦାୟୀ ନ ଥାଏ । ଓଡ଼ିଶାରେ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ସ୍ଥାଣୁ ହୋଇଛି ଓ ଅମଲାତନ୍ତ୍ର କାର୍ଯ୍ୟପାଳିକାକୁ ଅକ୍ଷମ କରିଦେଇଛି ଢେଙ୍କାନାଳର ନିର୍ବାଚିତ ଜନପ୍ରତିନିଧ ଅମଲାଙ୍କ ଗସ୍ତ ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବା ଦୁର୍ଭାଗ୍ୟଜନକ । ଜନସଭାଠୁ ଆରମ୍ଭ କରି ଅମଲାଙ୍କ ବା’ ପାଣି ବ୍ୟବସ୍ଥାର ତଦାରଖ ହେଉଛି, ଯାହା ଗଣତନ୍ତ୍ର ପାଇଁ ଆଦୌ। ଶୁଭଙ୍କର ନୁହେଁ । - କଥାରେ ଅଛି ଆମେ “ସଖୀ ଆପଣା ମହତ ଆପେ ରଖୁ”, ନିର୍ବାଚିତ ଜନପ୍ରତିନିଧ୍ଵ ମାନଙ୍କୁ ଅନୁରୋଧ, ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖନ୍ତୁ ଓ ନିଜର ପଦ ପଦବୀର ସମ୍ମାନ ରଖନ୍ତୁ । ସାଧୁ ସନ୍ଥମାନଙ୍କ ଆଗରେ ଏହି ପ୍ରହସନ ନିହାତି ଉଜ୍ଜାଜନକ, ଅମଲାତନ୍ତ୍ର ଧର୍ମକୁ ଆଖୁର ମାଗୁଛି । ଚଳିତବର୍ଷ ଯୋରନ୍ଦାରେ ମାଘମେଳା ଆୟୋଜନ ନେଇ ସାଧୁ ସନ୍ଥ ମାନେ ପ୍ରଧାନମନ୍ତ୍ରୀଙ୍କୁ ଯୋରଦାକୁ ଆସିବାକୁ ନିମନ୍ତ୍ରଣ କରିଥିଲେ କିନ୍ତୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହାକୁ କରାଇ ନ ଦେବା ପାଇଁ ଷଡଯନ୍ତ୍ର କରିଥିଲେ । ରାଜ୍ୟ ସରକାର ଡାହାଣୀ ହେଇ ଲାଗୁଛନ୍ତି ଆଉ ଗୁଣିଆ ହେଇ ଝାଡ଼ୁଛନ୍ତି। ମାନନୀୟ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମହିମା ଦର୍ଶନରେ ଅନୁପ୍ରାଣିତ ଓ ଏହାର ପ୍ରଚାର ପ୍ରସାର ପାଇଁ ଚେଷ୍ଟିତ। - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ମହିମା ଗାଦିରେ ସବୁଦିନିଆ ପାନୀୟ ଜଳ ଯୋଗାଣ ପାଇଁ ୧୫.୭ କୋଟିର ବ୍ୟବସ୍ଥା କରାଯାଇଥିଲା । ଢେଙ୍କାନାଳ, ମଗ ୨୮ – ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସହାୟକ, ଯିଏ ଆଜିକାଲି ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବେଶି କ୍ଷମତାଶାଳୀ ବୋଲି ପ୍ରମାଣିତ କରିବା ପାଇଁ ନାନା କସରତରେ ଲାଗିଛନ୍ତି । ସେ ମହିମା ଧର୍ମର ଯୋରନ୍ଦା ଗାଦୀକୁ ଆସୁଥିବା ଶୁଣାଯାଉଛି । ଆଜି ପର୍ଯ୍ୟନ୍ତ ୨୩ ବର୍ଷ ଶାସନରେ ଥରେ ହେଲେ ମୁଖ୍ୟମନ୍ତ୍ରୀ ନିଜେ ଯୋରନ୍ଦା ଆସିବା ପାଇଁ ସମୟ ପାଇଲେ ନାହିଁ । ବର୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ସଚିବ ଏହି ଅଂଚଳକୁ ଆସିବା କେତେଦୂର ଯୁକ୍ତିଯୁକ୍ତ ? ତାଙ୍କର ଏହି ଗସ୍ତ ଗସ୍ତ ଏକପ୍ରକାର ପ୍ରହସନ ବୋଲି ରବିବାର ଢେଙ୍କାନାଳରେ ଜିଲ୍ଲା ବିଜେପି ପକ୍ଷରୁ ସମ୍ମାଦିକ ସମ୍ମିଳନୀରେ କୁହାଯାଇଛି । ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି ଯେ ମହିମାଗାଦି, ଯୋରନ୍ଦା କେବଳ ମହିମ। ଧର୍ମର କେନ୍ଦ୍ର ବିନ୍ଦୁ ନ ଥିଲା । ଏହା ଦିନେ ସାରା ଓଡ଼ିଶାରେ ଶିକ୍ଷା ଓ ଜ୍ଞାନର କେନ୍ଦ୍ର ଭାବେ ପରିଚିତ ଥିଲା । ସନ୍ଥକବି ଭୀମ ଭୋଇ ଏହି ପବିତ୍ର ମାଟିରେ ଶିକ୍ଷା ଓ ଆଧ୍ୟାତ୍ମିକତାର ଏକ ବିରାଟ ଆନ୍ଦୋଳନକୁ ଜନ୍ମ ଦେଇଥିଲେ । ଏହା ଆମ ପାଇଁ ଗର୍ବର ବିଷୟ ଯେ ମାନନୀୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମହିମା ଦର୍ଶନରେ ଅନୁପ୍ରାଣିତ । ମହିମା ଦର୍ଶନର ପ୍ରଚାର ଓ ପ୍ରସାର ପାଇଁ ଚେଷ୍ଟିତ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ମହିମା ଗାଦିର ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ଗାଦିର ମଠ ଗୁଡ଼ିକରେ ଓ ଆଖ ପାଖ ଗାଁରେ ସବୁଦିନିଆ ପାନୀୟ ଜଳ ଯୋଗାଣ ପାଇଁ ୧୫.୭ କୋଟିର ବ୍ୟବସ୍ଥା କରାଯାଇଥିଲା । ମାଘ ମେଳା ସମୟରେ ଭକ୍ତ ଓ ଯାତ୍ରୀ ମାନଙ୍କ ସୁବିଧା ଆଦିର ବ୍ୟବସ୍ଥା ମଧ୍ୟ କରାଯାଉଥିଲା । ଚଳିତ ବର୍ଷ ଫେବୃୟାରିରେ ଯୋରନ୍ଦାରେ ମାଘ ମେଳାର ୧୫୦ ବର୍ଷ ପୂର୍ତି ଉପଲକ୍ଷେ ଭବ୍ୟ ଆୟୋଜନର ଯୋଜନା ନେଇ ସାଧୁ ସନ୍ଥ ମାନେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋରନ୍ଦାକୁ ଆସିବ। ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ରାଜ୍ୟ ସରକାର ଏହାକୁ କରାଇ ନ ଦେବା ପାଇଁ ସେଠାରେ ନାନା ପ୍ରକାର ଷଡଯନ୍ତ୍ର କରିଥିଲେ । ଯେଉଁ ବିବାଦର ସମାଧାନ ଓଡ଼ିଶା ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଚାହିଁଥିଲେ ସମାଧାନ ହୋଇପାରିଥାନ୍ତା । ମାତ୍ର ରାଜ୍ୟ ସରକାର ତାହା ନ କରି ମାନ୍ୟବର ଅଦାଲତଙ୍କ ବାହାନା ଦେଇ ଝଗଡା କରାଇଲେ ଏବଂ ଅଯଥାରେ ଯୋରନ୍ଦାରେ ବିବାଦକୁ ବଢାଇଥିଲେ । ଦୁର୍ଭାଗ୍ୟର କଥା, ଏଠାକାର ନିର୍ବାଚିତ ଜନପ୍ରତିନିଧୁ ଆଜି ଅମଳାଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ବନ୍ଦୋବସ୍ତ କରୁଛନ୍ତି । ଜନ ସଭାଠୁ ଆରମ୍ଭ କରି ଅମଲାଙ୍କ ଚା’ ପାଣି ବ୍ୟବସ୍ଥାର ମଧ୍ୟ ତଦାରଖ କରୁଛନ୍ତି । ଏହି ଉଦାହରଣ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । କଥାରେ ଅଛି ଆଲୋ “ସଖୀ ଆପଣ। ମହତ ଆପେ ରଖୁ”, ନିର୍ବାଚିତ ଜନପ୍ରତିନିଧୁ ମାନଙ୍କୁ ଅନୁରୋଧ ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖନ୍ତୁ, ନିଜର ପଦ ପଦବୀର ସମ୍ମାନ ରଖନ୍ତୁ, ସରକାରୀ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ରୂପେ କାମ କରିବାକୁ ଦିଅନ୍ତୁ । ଏତେ କାଣ୍ଡ ରଚିବା ପରେ ୫ ସଚିବଙ୍କ ପ୍ରକାର ଗସ୍ତ ଏକ ପ୍ରକାର ପ୍ରହସନ । ଏପଟେ ଡାହାଣୀ ହେଇ ଲାଗୁଛନ୍ତି ଆଉ ସେପଟେ ଗୁଣିଆ ହେଇ ଝାଡ଼ୁଛନ୍ତି । ସାଧୁ ସନ୍ଥ ମାନଙ୍କ ଆଗରେ ଏହି ପ୍ରହସନ ନିହାତି ଲଜ୍ଜା ଜନକ, ଅମଲାତନ୍ତ୍ର ଆଜି ଧର୍ମକୁ ଆଖୁଠାର ମାରୁଛି । ନିଜ ବିବେକ ଦୃଷ୍ଟିରୁ ଏଥରେ ସଂଶ୍ଳିଷ୍ଠ ବ୍ୟକ୍ତି ମାନେ ସଚେତନ ହେବା ଆବଶ୍ୟକ । ଓଡ଼ିଶାର ଏହି ମହାନ ପରମ୍ପରାକୁ ସମୃଦ୍ଧ କରିବାର ପ୍ରଚେଷ୍ଟା ବଦଳରେ ଥୋପ ଦେବା ବନ୍ଦ କରାଯାଉ ବୋଲି ବିଜେପି କହିଛି । ଆଜିର ପବିତ୍ର ଦିନରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ସହ ଜଡ଼ିତ ନୂଆ ଭାରତର ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ନୂତନ ଭବନ ଆତ୍ମନିର୍ଭର ଭାରତର ଭାବନାର ପ୍ରତୀକ । ଆମ ଗଣତନ୍ତ୍ରର ନୂଆ ମନ୍ଦିର । ଭାରତ ହେଉଛି ଗଣତନ୍ତ୍ରର ଜନନୀ ଆଉ ଭାରତୀୟ ଗଣତନ୍ତର ଏହି ନୂଆ ମନ୍ଦିରରେ ସମସ୍ତ ଭାରତୀୟଙ୍କ ସର ଗୁଞ୍ଜରିତ ହେବ । ନୂଆ ସଂସଦ ଭବନରେ ସମସ୍ତ ବିବିଧତାର ମିଶ୍ରଣ ହେବ ଓ ସମସ୍ତ ବିଚ୍ଛିନ୍ନତା ଦୂର ହେବ । ଏକବିଂଶ ଶତାବ୍ଦୀର ନୂଆ ଭାରତରେ ନୂଆ ସଂସଦ ଆମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ରର ସୁରକ୍ଷା ଓ ଗଣତନ୍ତ୍ରୀୟ ପରମ୍ପରାକୁ ସୁଦୃଢ କରିବା ପାଇଁ ସନା ପ୍ରୟାସରତ ଓ ଏହି କ୍ରମରେ ଆମ ନୂଆ ସଂସଦ ଭବନ କେବଳ ଏକ ଭବନ ନୁହେଁ ବରଂ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ଏକ ପରିଚୟ । ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଅନେକ ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ଦେଶର ସର୍ବକନିଷ୍ଠ ସାଧୀନତା ସଂଗ୍ରାମୀ ଶହୀଦ ବାଜି ରାଜତ ତନ୍ମଧ୍ୟରୁ ଅନ୍ୟତମ ଏବଂ ଏହି ସଂଗ୍ରାମୀଙ୍କ ଜନ୍ମଭୂମି ହେଉଛି ଢେଙ୍କାନାଳ । ସେହି ଢେଙ୍କାନାଳ ଆମର ପାଇକ ବିଦ୍ରୋହ ହେଉ କିମ୍ବା ଗଡ଼ଜାତ ଆନ୍ଦୋଳନ; ସବୁବେଳେ ଅନୀତି, ଅତ୍ୟାଚାର ଓ ପରାଧୀନ ମାନସିକତା ବିରୁଦ୍ଧରେ ସବୁବେଳେ ଠିଆ ହୋଇଛି ଏବଂ ସାଧୀନତା ସଂଗ୍ରାମରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବହୁ ସଂଗ୍ରାମୀଙ୍କ ତ୍ୟାଗ ଓ ପ୍ରାଣ ବଳି ପରେ ମିଳିଥିବା ଆମର ଏହି ସ୍ବାଧୀନତାରେ ଗଣତନ୍ତ୍ରର ମୂଲ୍ୟ ସର୍ବାଧିକ । ଗଣତନ୍ତ୍ରର ପରମ୍ପରାରେ ଜନପ୍ରତିନିଧ୍ୱ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ହେଉଛନ୍ତି ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏମାନଙ୍କର ନିର୍ଦ୍ଦିଷ୍ଟ ଭୂମିକା ସମ୍ବିଧାନ ଦ୍ଵାରା ନିର୍ଦ୍ଧାରିତ ହୋଇଛି । ଉକ୍ତ ସଂସ୍ଥା ଗୁଡିକ ଯେ କୌଣସି ପରସ୍ଥିତିରେ ମଧ୍ୟ ଏହି ଲକ୍ଷ୍ମଣ ରେଖା ପାର୍ କରି ସୀମା ବାହାରକୁ ଯିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସମ୍ବିଧାନ ଅନୁସାରେ ଲୋକ ମାନଙ୍କ ଦ୍ବାରା ଏବଂ ଲୋକମାନଙ୍କ ପାଇଁ ତିଆରି ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ଜନପ୍ରତିନିଧ୍ୱ ଜନତାଙ୍କ ପାଖରେ ସବୁବେଳେ ଉତର ଦାୟୀ ରହିଥାନ୍ତି ମାତ୍ର ଅମଲାତନ୍ତ୍ର ଉତରଦାୟୀ ନ ଥାଏ । ମାତ୍ର ଓଡ଼ିଶାରେ ଏହାର ବିପରୀତ ପରିଲକ୍ଷିତ ହୋଇଛି । ରାଜ୍ୟରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ସ୍ଥାଣୁ ହେବା ସଙ୍ଗେସଙ୍ଗେ ଅମଲାତନ୍ତ୍ର ମଧ୍ୟ କାର୍ଯ୍ୟପାଳିକାକୁ ଅକ୍ଷମ କରିଦେଇଛି ବୋଲି ଢେଙ୍କାନାଳ ବିଜେପି ପକ୍ଷରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଶତ୍ରୁଘ୍ନ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ ଶର୍ମା, କୃଷକ ମୋର୍ଚାର ରାଜ୍ୟ ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ ଓ ମୁଚ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।