ପ୍ରସ୍ତୁତି ବୈଠକ

୭୭ ତମ ସ୍ବାଧନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପ୍ରସ୍ତୁତି ବୈଠକ

ଭୁବନ ୧୧.୮- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୭୭ ତମ ସ୍ବାଧିନତା ଦିବସ ଓ ନିଖିଳ ଉତ୍କଳ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ ଏ ସି ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର କୁମାର ସାହୁ,ଶକ୍ତି ପ୍ରସାଦ ସାହୁ,ମେଡିକାଲ ଅଫିସର ଡ଼ା ରମେଶ କୁମାର ସାହୁ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ,ସମସ୍ତ କାଉନସିଲର ,ବଣିକ ସଂଘ କର୍ମକର୍ତ୍ତା,ବିଦ୍ୟାଳୟ, ମହାବିଦ୍ୟାଳୟ ଶିକ୍ଷକ/ଅଧ୍ୟାପକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସକାଳ ୭ ଘଟିକା ସମୟ ରେ ନିଜ ବିଦ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଏନ୍ ଏ ସି ତରଫରୁ ନୂଆ ବଜାର ( ବସ ଷ୍ଟାଣ୍ଡ ) ଠାରେ ସକାଳ ୮.୩୦ ମିନିଟ ସମୟ ରେ ନଗରପାଳ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯିବ। ପ୍ରତ୍ୟେକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ ଅନୁଷ୍ଠିତ ହେବ ଓ ବିଦ୍ୟାଳୟ ର ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ନିଷ୍ପତି ହୋଇଥିଲା । ଅନୁରୂପ ଭାବେ ସ୍ଵତନ୍ତ୍ର ଭାବେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ । ଏହି ଅବସରରେ ରଗଡ଼ି ସ୍ଥିତ ନୂତନ ଭେଣ୍ଡିଂ ଜୋନ, ଅତ୍ୟାଧୁନିକ ଶ୍ମଶାନ, ୧୫ ଟି ୱାର୍ଡ ରେ ନିର୍ମାଣ ହୋଇଥିବା ବ୍ରାହ୍ମଣୀ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରାଯିବ ଏବଂ ନୂତନ ଭାବେ ୧୧୪ ଜଣ ବାର୍ଦ୍ଧକ୍ୟ,ବିଧବା,ଭିନ୍ନକ୍ଷମ ଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା ।

ସୁଶାନ୍ତ କୁମାର ପୋଥାଳ, ଭୁବନ, ଢେ଼ଙ୍କାନାଳ