ଇଫକୋ ର ପ୍ରବନ୍ଧ ନିର୍ଦ୍ଦେଶକ ଡ଼ଃ ଉଦୟ ଶଙ୍କର ଅୱସ୍ଥି ଙ୍କ ତିନି ଦିନିଆ ଓଡ଼ିଶା ଗ୍ରସ୍ତ
ଗସ୍ତ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ସାକ୍ଷାତ କରି ବିକାଶ ମୂଳକ କାର୍ଯ୍ୟଧାରା ନେଇ ଆଲୋଚନା

ବିଶ୍ଵର ସର୍ବ ବୃହତ୍ତମ ସମବାୟ ସଂସ୍ଥା ଇଫକୋ ର ପ୍ରବନ୍ଧ ନିର୍ଦ୍ଦେଶକ ଡ଼ଃ ଉଦୟ ଶଙ୍କର ଅୱସ୍ଥି ତିନି ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଇଫକୋ ପାରାଦ୍ୱୀପ ୟୁନିଟ୍ କୁ ଆସିଥିଲେ । ଓଡ଼ିଶାର ପାରାଦୀପ ୟୁନିଟ୍ ଗସ୍ତ ସମୟରେ ଇଫକୋ ର ପ୍ରବନ୍ଧ ନିର୍ଦ୍ଦେଶକ ଡକ୍ଟର ଉଦୟ ଶଙ୍କର ଅୱସ୍ଥି, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି , ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ( ଆଇଏସ୍ ), ଙ୍କୁ ଏକ ସୌଜନ୍ଯ ମୂଳକ ସାକ୍ଷାତ କରିଥିଲେ । ତାଙ୍କ ସହିତ ଉପସ୍ଥିତ ଥିଲେ ଇଫକୋ ପାରାଦୀପ ୟୁନିଟର ନିର୍ଦ୍ଦେଶକ ତଥା ୟୁନିଟ୍ ହେଡ୍ ଶ୍ରୀଯୁକ୍ତ କେ.ଜେ.ପଟେଲ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ଡକ୍ଟର ଅୱସ୍ଥି ଇଫକୋ ସାର କାରଖାନା ର ଓଡିଶାର କୃଷି କ୍ଷେତ୍ରରେ ଅବଦାନ ଉପରେ ଗୁରୁତ୍ୱାରୋପ କରି ଇଫକୋ ନାନୋ ତରଳ ସାର, ଡିଏପି ଏବଂ ୟୁରିଆ ସାର ଉତ୍ପାଦନ ଉପରେ ଧ୍ୟାନ ଦେଇଥିଲେ। ସେ ଭାରତର ଖାଦ୍ୟ ନିରାପତ୍ତାରେ ପାରାଦୀପ ୟୁନିଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜାଙ୍କ ସହ ଡକ୍ଟର ଅୱସ୍ଥିଙ୍କ ବୈଠକରେ ଇଫକୋ ର ନୂତନ ପୁଞ୍ଜି ବିନିଯୋଗ ଏବଂ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ସହିତ ପାରାଦୀପରେ ସଲଫୁରିକ୍ ଏସିଡ୍ ପ୍ଲାଣ୍ଟ, ନାନୋ ଫର୍ଟିଲାଇଜର୍ ପ୍ଲାଣ୍ଟ ଏବଂ ନଦୀ ଭିତ୍ତିକ ବନ୍ଦର ଜେଟି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। କଟକ ଏବଂ ପାରାଦୀପ ମଧ୍ୟରେ ଯାତାୟାତ ସୁବିଧା ସୁଦୃଢ କରିବା ପାଇଁ ସେ ଏକ ନୂତନ ମେଟ୍ରୋ ରେଳର ବିକାଶ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏଥିସହ, ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନଙ୍କ ସ୍ୱାସ୍ଥ୍ୟ ସେବା ବୃଦ୍ଧି ପାଇଁ ପାରାଦୀପରେ ଏକ ଆଧୁନିକ ଡାକ୍ତରଖାନା ତଥା ସୁପର ସ୍ପେସିଆଲିଟି ହସ୍ପିଟାଲ ର ପ୍ରତିଷ୍ଠା ସହ ଶିଳ୍ପାନୁଷ୍ଠାନ ର ଆର୍ଥିକ ଅନୁଦାନ ପ୍ରାପ୍ତ ତଥା ପରିଚାଳିତ ହେଉଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମାନଙ୍କୁ ନିଯୋଜିତ କରିବା ପ୍ରମୁଖ ବିଷୟ ଉପରେ ଆଲୋଚନା କରିଥିଲେ ।
ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଙ୍କ ସହ ତାଙ୍କର ସାକ୍ଷାତକାରରେ ଡକ୍ଟର ଅୱସ୍ଥି ଅଭିନନ୍ଦନ ଜଣାଇବା ସହ ରାଜ୍ୟ ର ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଭାବରେ ଶ୍ରୀ ସମ୍ପଦ ସ୍ଵାଇଁ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଇଫକୋ ପାରାଦୀପ ୟୁନିଟରେ ଚାଲିଥିବା ପ୍ରକଳ୍ପ ଏବଂ ଶିଳ୍ପ ଅନୁଦାନ ପ୍ରାପ୍ତ ସୁପର ସ୍ପେସିଆଲିଟି ହସ୍ପିଟାଲ ଏବଂ ପ୍ରସ୍ତାବିତ ନୂତନ ମେଟ୍ରୋ ରେଳ ପ୍ରକଳ୍ପ ପରି ଅଞ୍ଚଳବାସୀ ଙ୍କ ପାଇଁ ପ୍ରତିଷ୍ଠାନ ସମେତ ପାରାଦୀପ ପାଇଁ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।
ଏହି ଅବସର ରେ ଡକ୍ଟର ଅୱସ୍ଥି କୃତଜ୍ଞତା ଜଣାଇ କହିଛନ୍ତି,ଯେ "ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ମନ୍ତ୍ରୀ ଇଫକୋ ର ଯଥାରୀତି ଉଦ୍ୟମ ତଥା ଆଗାମୀ ପ୍ରକଳ୍ପ ଗୁଡିକରେ ସରକାର ଆଗ୍ରହ ପ୍ରକାଶ କରିଥିବାରୁ ସେଥିପାଇଁ ଆମେ ସରକାରଙ୍କ ପାଖରେ କୃତଜ୍ଞ। ଏହି ପଦକ୍ଷେପଗୁଡିକ ନିଶ୍ଚିତ କରିବାକୁ ଆମର ପ୍ରତିବଦ୍ଧତା ସହିତ ସମାନ ସାର ଉପଲବ୍ଧତା ଏବଂ ଦେଶର ବିକାଶରେ ଯୋଗଦାନ ସହିତ ଦେଶରେ କୃଷକଙ୍କ ସଶକ୍ତିକରଣ ମାଧ୍ୟମରେ ଇଫକୋ ତାର ଜାତୀୟ ପ୍ରଗତିରେ ଉତ୍ସର୍ଗୀକୃତତାକୁ ଦର୍ଶାଉଛି । ଯାହାକି ଜନମାନସ ରେ ଇଫକୋ ତାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟ ଶିଳ୍ପାନୁଷ୍ଠାନ ମାନଙ୍କ ପ୍ରତି ଏକ ବିରଳ ଉଦାହରଣ ପାଲଟି ଯାଇଛି ।