ବିଜ୍ଞାପନ ଆକାରର କ୍ଷମା ପ୍ରାର୍ଥନା କରିଛ କି? ରାମଦେବଙ୍କ ଟିମ୍‌କୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟ ଜେରା କରିବା ପରେ ପତଞ୍ଜଳି ଆୟୁର୍ବେଦ ନିଜ ପକ୍ଷରୁ ସଫେଇ ଦେଇଛି।

ବିଜ୍ଞାପନ ଆକାରର କ୍ଷମା ପ୍ରାର୍ଥନା କରିଛ କି? ରାମଦେବଙ୍କ ଟିମ୍‌କୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟ ଜେରା କରିବା ପରେ ପତଞ୍ଜଳି ଆୟୁର୍ବେଦ ନିଜ ପକ୍ଷରୁ ସଫେଇ ଦେଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସେ ୬୭ଟି ଖବରକାଗଜରେ କ୍ଷମା ମାଗିଛନ୍ତି। କୋର୍ଟଙ୍କ ପ୍ରତି ଅତ୍ୟଧିକ ସମ୍ମାନ ରହିଛି ବୋଲି ସେ କ୍ଷମା ମାଗିଛନ୍ତ ଏବଂ ସେମାନଙ୍କର ଭୁଲ ପୁନରାବୃତ୍ତି ହେବ ନାହିଁ।

ପତଞ୍ଜଳି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ ବିଜ୍ଞାପନଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କା। ତେବେ ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ ସୁପ୍ରିମକୋର୍ଟର ଶୁଣାଣି ପୂର୍ବରୁ ଏକ ସପ୍ତାହ ପରେ କାହିଁକି କ୍ଷମା ପ୍ରାର୍ଥନା କରାଯାଇଥିଲା? ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି?

ଯୋଗ ଗୁରୁ ସ୍ବାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ବଡ଼ ଝଟକା ଲାଗିଛି। କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ 'ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ'କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ପଡିବ।