ଆସିଲା ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି

ଆସିଲା ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି

ଆସିଲା ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଅବକାରୀ ନୀତି ଲାଗୁ ହେବ। ଯାହା ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଭାଙ୍ଗ, ତାଡି ଓ ପୋଚ ପାଇଁ ବି ନିୟମ ଲାଗୁ ହୋଇଛି । ତେବେ ଏହି ଅବକାରୀ ନୀତି ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ ।

ଗ୍ରାମାଞ୍ଚଳରେ କେବଳ ଥ୍ରୀ-ଷ୍ଟାର୍ ଓ ତଦୁର୍ଦ୍ଧ କାଟାଗୋରୀ ହୋଟେଲ ଛଡ଼ା କୌଣସି ନୂଆ ଅନ୍ ସପ୍ ଖୋଲିବନି । ସେହିପରି ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ୍ ସପ୍‌ର ପୁନଃ ନବୀକରଣ ହେବ ନାହିଁ । ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factorର ଏବର୍ଷ ବର୍ଦ୍ଧିତ ହେବନାହିଁ ।

ସେହିପରି ବାର୍‌ଗୁଡିକୁ କେବଳ ସଙ୍ଗୀତ ପରିବେଷଣ ଅନୁମତି ମିଳିବ । ବାର୍ ଗୁଡ଼ିକରେ ନୃତ୍ୟ ପରିବେଷଣ ଅନୁମତି ଦିଆଯିବ ନାହିଁ । ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନସଚେତନତା ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯିବ । ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର ହେବ । ବିଚ୍‌ରେ ମଦ ଶ୍ୟାକ୍ସ ବା କ୍ୟାବିନ୍‌ ଖୋଲିବାର ଅନୁମତି ପର୍ଯ୍ୟଟନ ବିଭାଗ ଦେବ । ବିଚ୍ ଶ୍ୟାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା ରହିବ । ଯାହା OTDC ପାଖରେ ପୈଠ କରାଯିବ ।

ସେହିପରି ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି ଦିଆଯିବ । କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବାକୁ ବ୍ୟବସ୍ଥା କରାଯିବର ବ୍ୟବସ୍ଥା ଏହି ନୂଆ ଅବକାରୀ ନୀତିରେ ରହିଛି ।