ନର୍ସିଙ୍ଗହୋମ ରେ ନିଆଁ

ନର୍ସିଙ୍ଗହୋମ ରେ ନିଆଁ
ବଡ ଅଘଟଣ । କଟକର ଏକ ଘରୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କଟକ ପୁରୀଘାଟ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।
ଉପର ମହଲାରେ ଥିବେ ରୋଗୀଙ୍କୁ ସିଡି ମାଧ୍ୟମରେ ତଳକୁ ଆଣିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ ।

ସୂଚନା ଯେ, କଟକର ପୁରୀଘାଟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ହଠାତ୍ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ୪ର୍ଥ ମହଲାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ କେହି କେହି କିଛି ବୁଝିବା ଆଗରୁ ଅତି ଦ୍ରୁତ ଗତିରେ ବ୍ୟାପିଥିଲା ନିଆଁ ।

ଉପର ମହଲାରେ ରୋଗୀଥିବା ବେଳେ ଅଗ୍ନିଶମ ଟିମ୍ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ବହୁ କଷ୍ଟରେ ଜଣେ ପରେ ଜଣେ ରୋଗୀଙ୍କୁ ସିଡି ମାଧ୍ୟମରେ ତଳକୁ ଆଣୁଛନ୍ତି କର୍ମଚାରୀ । ୬ ରୁ ୭ ଜଣ ରୋଗୀଙ୍କୁ ୪ର୍ଥ ମହଲାରୁ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ରୋଗୀ ଭିତରେ ଥିବା କୁହାଯାଉଛି । ତେବେ କେଉଁ କାରଣ ପାଇଁ ନିଆଁ ଲାଗିଲା ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲ ଭିତରେ ଏବେ ବି ୧୫ ଜଣ ଶିଶୁ ଫସି ରହିଛନ୍ତି । ପେଡିଆଟିକ୍ କ୍ୟାବିନ୍‌ରେ ଚିକିତ୍ସିତ ହେଉଥିବା ୧୫ ଜଣ ଶିଶୁ ଭିତରେ ଫସି ରହିଥିବା କୁହାଯାଉଛି । ସେମାନଙ୍କ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ ।