ମହାସମାରୋହରେ ଆୟୋଜିତ ହେଲା ପଞ୍ଚସଖା ପରିକ୍ରମା
ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ପୀଠ ପଦ୍ମ ବନ ଧାମ ରୁ ଆରମ୍ବ ଜଗନ୍ନାଥ ଧାମ ଶ୍ରୀ କ୍ଷେତ୍ର ର ଶେଷ

ସମଗ୍ର ବିଶ୍ୱ ରେ ପଞ୍ଚସଖା ଙ୍କ ପ୍ରଚାର ପ୍ରସାର ସନାତନ ଧର୍ମ ର ପ୍ରସାର ପଞ୍ଚସଖା ପରିକ୍ରମା ମାର୍ଗ ନେମାଳ ରୁ ଶ୍ରୀ କ୍ଷେତ୍ର ପୁରୀ ପର୍ଯ୍ୟନ୍ତ ରାସ୍ତା ଏବଂ ପଞ୍ଚସଖା ମାର୍ଗ ନାମକରଣ ରାଜ୍ୟ ତଥା ଭାରତ ସରକାର ଙ୍କୁ ଅନୁରୋଧ କରାଯାଇଛି ।
ତେବେ ପ୍ରତି ବର୍ଷ ପଞ୍ଚ ସଖା ପିଠ ପରିକ୍ରମା ଏବଂ ପୀଠ ର ଉନ୍ନତି କରଣ ପାଇଁ ଯଥାରିତୀ ଉଦ୍ୟମ ର ଆବଶ୍ୟକତା ରହିଛି । ଏହି ପଞ୍ଚସଖା ପୀଠ ଯଥା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଧାମ, ନେମାଳ, କଟକ, ମହାପୁରୁଷ ଯଶୋବନ୍ତ ଦାସ ପୀଠ, ଅଢ଼ଙ୍ଗ, ଜଗତସିଂହପୁର, ମହାପୁରୁଷ ଶିଶୁ ଅନନ୍ତ ଦାସ ପୀଠ, ବାଲିପାଟଣା, ଖୋର୍ଦ୍ଧା, ମହାପୁରୁଷ ବଳରାମ ଦାସ ପୀଠ, ବେଗୁନିଆ, ପୁରୀ, ମହାପୁରୁଷ ଜଗନ୍ନାଥ ଦାସ ଙ୍କ ପୀଠ, ପୁରୀ ପ୍ରମୁଖ ରହିଛି ।
ପ୍ରାୟ ଛଅ ଶହ ରୁ ଉର୍ଦ୍ଧ୍ବ ସାଧୁ ସନ୍ଥ ଭକ୍ତ ଯୋଗଦାନ କରିଥିଲେ ଯେଉଁଥିରେ କି ଦୁଇଶହ ରୁ ଅଧିକ ଗାଡି ପରିଭ୍ରମଣରେ ଯାଇଥିଲେ । ତେବେ ଏହି ପରିଭ୍ରମଣ କରିଲା ବେଳେ ପ୍ରତି ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଯେଉଁ ଥିରେ ଏହା ହେବା ଦ୍ୱାରା ପ୍ରତି ଲୋକଙ୍କ ମନରେ ଏକ ଭକ୍ତି ଭାବ ଜାଗରଣ ସୃଷ୍ଟି ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା । ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଥିଲା ।
ତେବେ ଏହି କାର୍ଯ୍ୟକ୍ରମ ରେ ବିଶେଷକରି ହେମନ୍ତ କୁମାର ପରିଡା, ଚାରଣ ଶୁଭେନ୍ଦୁ କୁମାର ସ୍ୱାଇଁ, ଚାରଣ ଲିଙ୍ଗରାଜ ପତି, ସୁଶାନ୍ତ କୁମାର ଦାସ, ପ୍ରକାଶ ଚନ୍ଦ୍ର ପାଣି, ଡ଼. ରାଜଶ୍ରୀ ଜେନା, ଡ଼.ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରି ଥିବା ବେଳେ କମିଟି ପକ୍ଷରୁ ଶ୍ରୀ ପ୍ରସନ୍ନ କୁମାର ବେଉରା ରାଜ୍ୟସରକାର ସମସ୍ତ ଭକ୍ତ ଆଉ ସାଧୁ ସନ୍ଥ ମାନଙ୍କୁ ଧନ୍ୟବାଦ ବାଦ ପ୍ରଦାନ କରିଛନ୍ତି ।