ରାଜଧାନୀରେ ଜଙ୍ଗଲ ବୁଲିବାର ମଜା
ରାଜଧାନୀରେ ଜଙ୍ଗଲ ବୁଲିବାର ମଜା । ରାଜ୍ୟବାସୀଙ୍କ କଳିଙ୍ଗ ନଗରରେ ଆନନ୍ଦବନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଳିଙ୍ଗ ନଗରରେ ଆନନ୍ଦବନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହି ଆନନ୍ଦବନକୁ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆନନ୍ଦବନରେ କିଛି ମୁହୂର୍ତ୍ତ ବିତାଇବା ସହ ବୁଲି ଦେଖିଥିବା ସହ ଏହାର ସୌନ୍ଦର୍ଯ୍ୟକୁ କରିଛନ୍ତି ପ୍ରଶଂସା । ସବୁଜ ବନାନୀକୁ ସଂରକ୍ଷିତ କରିବା ସହ ଏକ ସୁସ୍ଥ ସହରୀ ବାତାବରଣରେ ପ୍ରାକୃତିକ ପରିବେଶ ହେଉଛି ଆନନ୍ଦବନ । ଏ ଅବସରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । 5T ଉପକ୍ରମରେ ଏହି ଆନନ୍ଦବନର ବିକଶିତ କରାଯାଇଛି ।
ଶଙ୍କରପୁର ମୌଜାରେ ପ୍ରାୟ ୯୦ ଏକର ଅଂଚଳରେ ବିକଶିତ ହୋଇଛି ଏହି ଆନନ୍ଦବନ । ଭୁବନେଶ୍ବରରେ ସହର ଭିତରେ ଜଙ୍ଗଲର ମଜା ହେଉଛି ଆନନ୍ଦବନ । ବିଶୁଦ୍ଧ ଅମ୍ଳଜାନର ଭଣ୍ଡାର ପାଲଟିଛି ଆନନ୍ଦବନ । ବୃକ୍ଷଲତାରେ ପରିପୂର୍ଣ୍ଣ ଏହି ଜଙ୍ଗଲରେ ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ମନକୁ ଟାଣି ଆଣୁଛି । ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର । ଏହାର ଗୋଟିଏ ପାର୍ଶ୍ବରେ ୬୦ ଏକର ଓ ରାସ୍ତାର ଅନ୍ଯ ପାର୍ଶ୍ବରେ ୩୦ ଏକର ଜଙ୍ଗଲ । ଉଭୟ ପାର୍ଶ୍ବକୁ ଯୋଡିବା ପାଇଁ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ।
କୃତ୍ରିମ ଉପାୟରେ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ଯକରଣ କରାଯାଇଛି । ଏହାରି ଭିତରେ ସାଇକେଲ ପଥ, ରଙ୍ଗଭୂମି, ଜଳାଶୟ, ଗଜିବୋ, କାଠ ପୋଲ, ଶୌଚାଳୟ, ଖୁସିର ଆଧାର, ବର୍ଷା ଆଶ୍ରୟ ସ୍ଥଳ, କଙ୍କର ପଥ, ବାଖ୍ଯାନ କେନ୍ଦ୍ର, ମିୟା ୱକ ବୃକ୍ଷରୋପଣ, ସୁଗନ୍ଧଭରା ପଥ, ହିଲ ପ୍ଳେ ମଣ୍ଡପ, ଯୋଗ ମଣ୍ଡପ, ଫୁଡଜୋନ, ପାର୍କିଂ, ମାଟି ପଥ, ସାଇକେଲ ଟ୍ରାକ ରହିଛି । ଜଳାଶୟ ଓ ପୁଷ୍କରଣୀରେ ହଂସ ଖେଳୁଥିବା ଦୃଶ୍ଯ ସଭିଙ୍କ ମନମୋହୁଛି ।
ଏହାସହ ଜଙ୍ଗଲ ଭିତରେ ମୟୂର, ଠେକୁଆ ଓ ସାପ ଆଦି ଜୀବଜନ୍ତୁଙ୍କୁ ବି ଦେଖିବାକୁ ମିଳିବ । ଆନନ୍ଦବନରେ ୫ଟି ଗେଟ ରହିଛି । ଜଙ୍ଗଲର ସୁରକ୍ଷା ଲାଗି ବ୍ଯାପକ ପରମାଣର ସିସିଟିଭି ଲାଗିବା ସହତି ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ୨୦୧୧-୧୨ ମସିହାରେ ଏଠାରେ ବୃକ୍ଷରୋପଣ କରିଥିଲା ନଗର ବନଖଣ୍ଡ । ସକାଳ ୫ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ଯା ୬ ପର୍ଯ୍ଯନ୍ତ ଲୋକଙ୍କ ପାଇଁ ଖୋଲା ରହିବ ।
ନଗର ବନଖଣ୍ଡ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଓ ଓଏମସିର ମିଳିତ ସହଯୋଗରେ ଏହାର ଉନ୍ନତୀକରଣ କାର୍ଯ୍ୟ କରାଯାଇଛି । ଶଙ୍କରପୁର ମୌଜାରେ ପ୍ରାୟ ୯୦ ଏକର ଅଞ୍ଚଳରେ ବିକଶିତ ହୋଇଛି ଏହି ଆନନ୍ଦବନ । ୩୦ କୋଟି ଟଙ୍କା ବ୍ୟୟର ଏହି ଆନନ୍ଦବନ ରାଜଧାନୀବାସୀଙ୍କୁ ସୁରମ୍ୟ ଅରଣ୍ୟର ଆନନ୍ଦ ଦେବ । ସବୁଜ ବନାନୀକୁ ସଂରକ୍ଷିତ କରିବା ସହ ଏକ ସୁସ୍ଥ ସହରୀ ବାତାବରଣରେ ପ୍ରାକୃତିକ ପରିବେଶ ହେଉଛି ଆନନ୍ଦବନ । 5T ଉପକ୍ରମରେ ଏହି ଆନନ୍ଦବନର ବିକଶିତ କରାଯାଇଛି ।
ସକାଳ ୫ଟାରୁୁ ଦିନ ୧୧ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏହା ଖୋଲା ରହିବ । ଏଠାରେ ସାଇକେଲିଂ ସହ, ଜଙ୍ଗଲ ବୁଲିବାର ମଜା ନେଇ ପାରିବେ ଲୋକେ । ଶୌଚାଳୟ, ଫୁଡ ଜୋନ, ବର୍ଷା ଆଶ୍ରୟସ୍ଥଳ, ପାର୍କିଂ ଭଳି ବ୍ୟବସ୍ଥା ରହିଛି । ଜଙ୍ଗଲ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସହ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।ଏହାସହ ଜଙ୍ଗଲ ଭିତରେ ମୟୂର, ଠେକୁଆ ଓ ସାପ ଆଦି ଜୀବଜନ୍ତୁଙ୍କୁ ବି ଦେଖିବାକୁ ମିଳିବ ।
ଏହା ମହାନଗରୀ, ବନଖଣ୍ଡ ଓ ଓଡ଼ିଶା ମାଇନିଂ କର୍ପୋରେସନ ବିଭାଗର ମିଳିତ ଉଦ୍ୟମର ଏକ ସଫଳ କୃତ୍ରିମ ପ୍ରାକୃତିକ ପରିବେଶ । ବିଶୁଦ୍ଧ ଅମ୍ଳଜାନର ଭଣ୍ଡାର ପାଲଟିଛି ଆନନ୍ଦବନ । ବୃକ୍ଷଲତାରେ ପରିପୂର୍ଣ୍ଣ ଏହି ଜଙ୍ଗଲରେ ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ମନକୁ ଟାଣି ଆଣୁଛି । ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର । ଏହାର ଗୋଟିଏ ପାର୍ଶ୍ବରେ ୬୦ ଏକର ଓ ରାସ୍ତାର ଅନ୍ୟ ପାର୍ଶ୍ବରେ ୩୦ ଏକର ଜଙ୍ଗଲ । ଉଭୟ ପାର୍ଶ୍ବକୁ ଯୋଡିବା ପାଇଁ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ । କୃତ୍ରିମ ଉପାୟରେ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଛି ।
ଆନନ୍ଦବନରେ ୫ଟି ଗେଟ ରହିଛି । ଜଙ୍ଗଲର ସୁରକ୍ଷା ଲାଗି ବ୍ୟାପକ ପରିମାଣର ସିସିଟିଭି ଲାଗିବା ସହିତ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।