ମେଣ୍ଟ ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ହେଉଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଣ୍ଟ ଖବରକୁ ଭାଜପା ସଭାପତି ମନମୋହନ ସାମଲ ଖାରଜ କରିସାରିଥିବା ବେଳେ ଏହାକୁ ଇଙ୍ଗିତ କରି ମୁଖ୍ୟମନ୍ତ୍ରୀ ବଡ ବୟାନ ଦେଇଛନ୍ତି।
ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି।
ଯେଉଁଥିରେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି କି ରାଜନୀତିରେ ସବୁଠାରୁ ଖରାପ ଜିନିଷ କ'ଣ ? ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗୁଜବ ଆଉ ମିଛକଥା ବୋଲି କହୁଛନ୍ତି। ଯାହା ରାଜ୍ୟରେ ଚାଲିଥିବା ମେଣ୍ଟ ଚର୍ଚ୍ଚାକୁ ଇଙ୍ଗିତ କରୁଥିବା କୁହାଯାଉଛି।