୨୦୨୪-୨୫ ବଜେଟ:ଜାଣନ୍ତୁ କଣ ଶସ୍ତା କଣ ମହଙ୍ଗା

ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦୀ ସରକାର ଭରପୂର ଚେଷ୍ଟା କରିଛନ୍ତି। ଚଳିତ ବଜେଟରେ ସମସ୍ତ ବର୍ଗକୁ ଖୁସି କରିବା ଭଳି ଘୋଷଣାମାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏସବୁ ଭିତରେ ସାଧାରଣ ଲୋକମାନେ ବଜେଟକୁ ନେଇ ଏକ ପ୍ରଶ୍ନ ଉଠାନ୍ତିଯେ କଣ ଶସ୍ତା ହେଲା ଆଉ କଣ ମହାଙ୍ଗା ହେଲା।
ତେବେ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ ୩ ପ୍ରକାର କ୍ୟାନ୍ସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ । ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ । ଫଳରେ କ୍ୟାନସର ଔଷଧ ଶସ୍ତା ହେବ। ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ। ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ । ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ ଶସ୍ତା ହେବ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରଯାଇଛି। ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ। ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ ।
ବଜେଟର ୭ଟି ବଡ଼ କଥା:
ପ୍ରଥମ ଥର ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ:
ଯେଉଁ ବ୍ୟକ୍ତି ପ୍ରଥମ ଥର ପାଇଁ ଚାକିରି କରିଥିବେ ଏବଂ ତାଙ୍କ ବେତନ ୧ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ସେମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ। ଯେଉଁ ଯୁବକ, ଯୁବତୀ ପ୍ରଥମ ଥର ପାଇଁ ଚାକିରି କରିଥିବେ ଏବଂ ତାଙ୍କ ବେତନ ୧ ଲକ୍ଷ ଟଙ୍କାର କମ୍ ହୋଇଥିବ। ସେହି ବ୍ୟକ୍ତି ଇପିଏଫ୍ଓରେ ପ୍ରଥମ ଥର ପାଇଁ ରେଜିଷ୍ଟ୍ରସନ୍ କଲେ ୧୫ ହଜାର ଟଙ୍କା ୩ଟି କିସ୍ତିରେ ମିଳିବ।
ଶିକ୍ଷା ଋଣ ପାଇଁ:
ଯେଉଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ କୌଣସି ସୁଫଳ ମିଳୁନାହିଁ , ସେହି ମାନଙ୍କୁ ଦେଶର ଯେକୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଋଣ ବ୍ୟବସ୍ଥା ମିଳିବ। ଋଣର ୩ ପ୍ରତିଶତ ଟଙ୍କା ସରକାର ଦେବେ। ଏଥିପାଇଁ ଇ-ଭାଉଚର ପ୍ରଦାନ କରାଯିବ। ଯାହା ପ୍ରତିବର୍ଷ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।
ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ:
ଚଳିତ ବଜେଟରେ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜର ବିକାଶ ହେବ। ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସେହିପରି ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା କରାଯାଇଛି। ପୋଲାଭରମ୍ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ୧୫ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ପୋଲାଭରମ ଆନ୍ଧ୍ରର ଜୀବନ ରେଖା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
କୃଷକଙ୍କ ପାଇଁ:
୬ କୋଟି କୃଷକଙ୍କ ସୂଚନା ଜମି ରେଜିଷ୍ଟ୍ରକୁ ଅଣାଯିବ। ୫ ରାଜ୍ୟରେ ନୂଆ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯିବ।
ଯୁବଗୋଷ୍ଠୀଙ୍କ ପାଇଁ:
ମୁଦ୍ରା ଲୋନର ରାଶି ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ୫୦୦ ଶ୍ରେଷ୍ଠ କମ୍ପାନୀରେ ୫ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟରନସିପ୍ କରିବାକୁ ସୁଯୋଗ ଦିଆଯିବ।
ମହିଳା ଓ ଯୁବତୀଙ୍କ ପାଇଁ:
ଯେଉଁ ଯୋଜନା ମାଧ୍ୟମରେ ମହିଳା ଓ ଯୁବତୀ ମାନେ ଉପକୃତ ହେଉଚନ୍ତି ସେହି ସବୁ ଯୋଜନା ପାଇଁ ୩ ଲକ୍ଷ କୋଟି ଟଙ୍କାର ଘୋଷଣା।
ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା:
ପ୍ରତିମାସରେ ୧ କୋଟି ଘରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି।
ମୋବାଇଲ ଫୋନ ଶସ୍ତା:
ମୋବାଇଲ ଫୋନ ଓ ପାର୍ଟସ ଉପରେ କଷ୍ଟମ ଡ୍ୟୁଟି କମ୍ କରିଛନ୍ତି କେନ୍ଦ୍ର ସରକାର। ଯାହାଫଳରେ ଶସ୍ତା ହେବ ମୋବାଇଲ ଫୋନ୍। ସୁନା, ରୂପାର ଉପରେ କଷ୍ଟମ ଡ୍ୟୁଟି ୬ ପ୍ରତିଶତ ହ୍ରାସ କରିଛନ୍ତି କେନ୍ଦ୍ର ସରକାର।