ବାର୍ଡ ଫ୍ଲୁ ଆତଙ୍କ

ପୁରୀ ଜିଲ୍ଲା ପିପିଲି ବ୍ଲକରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହେବାପରେ ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡାଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍ ଲଗାଯାଇଛି।

ବାର୍ଡ ଫ୍ଲୁ ଆତଙ୍କ

ବାର୍ଡ ଫ୍ଲୁ ଆତଙ୍କ। ଓଡ଼ିଶାରୁ କୁକୁଡା ଆମଦାନୀ ବନ୍ଦ କଲା ପଶ୍ଚିମବଙ୍ଗ। ପୁରୀ ଜିଲ୍ଲା ପିପିଲି ବ୍ଲକରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହେବାପରେ ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡାଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍ ଲଗାଯାଇଛି।

ଭୋପାଳସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍ ପକ୍ଷରୁ ୨୩ ତାରିଖରେ ପ୍ରକାଶିତ ରିପୋର୍ଟରେ ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହୀତ ନମୂନାରେ ଏଚ୍୫ ଏନ୍୧ ଏଭିଆନ୍ ଇନ୍ଫ୍ଲୁଏଞ୍ଜା ଭାଇରସ୍ ଚିହ୍ନଟ ହୋଇଥିଲା। ଏହାପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ରାଜ୍ୟର ସମସ୍ତ କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆକ୍ସନ ମୋଡ୍ରେ ପ୍ରାଣୀଧନ ବିଭାଗ। ଭୂତାଣୁ ସଂକ୍ରମଣ ରୋକିବାକୁ ବିଭାଗ ପକ୍ଷରୁ ଶନିବାରଠାରୁ ଆରମ୍ଭ ହୋଇଛି କୁକୁଡ଼ାମରା ଅଭିଯାନ। ଦୁଇ ଦିନ ଭିତରେ ୫ ହାଜରରୁ ଅଧିକ କୁକୁଡ଼ା ମରିସାରିଲାଣି ପ୍ରଶାସନ। ଏହି ଅଭିଯାନ ଆଉ ୧୫ ଦିନ ଲାଗିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାୟ ୨୦ ହଜାର କୁକୁଡା ମରାଯିବ । ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେଠାରେ ଆସନ୍ତା ୫ମାସ ପର୍ଯ୍ୟନ୍ତ ଆଉ କୁକୁଡା ଚାଷ କରାଯିବ ନାହିଁ । ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସ୍ଥାନର ୧ କିମି ପରିଧି ଭିତରେ ଥିବା ସମସ୍ତ କୁକୁଡା ଫାର୍ମରୁ କୁକୁଡ଼ା ମାରିବା ପାଇଁ ପ୍ରାଣୀଧନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।