ହିନ୍ଦୁ ଧର୍ମ ଦେବାଦେବୀ ବିରୋଧ ଉପରେ ମନ୍ତବ୍ୟ ନେଇ ଥାନାରେ ମାମଲା

ହିନ୍ଦୁ ବିରୋଧୀ ମନ୍ତବ୍ୟ ବିରୁଦ୍ଧରେ ମାମଲା ରୁଜୁ

ହିନ୍ଦୁ ଧର୍ମ ଦେବାଦେବୀ ବିରୋଧ ଉପରେ ମନ୍ତବ୍ୟ ନେଇ ଥାନାରେ ମାମଲା

ଗତ ୧୨-୦୨-୨୦୨୩ ତାରିଖରେ ଦିଲ୍ଲୀରେ Jamiat Ulama-I-Hind ଦ୍ଵାରା ହୋଇଥିବା ସଭାରେ Maulana Arshad Madani ହିନ୍ଦୁ ଧର୍ମର ତ୍ରିଦେବ( ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର), ମହାପ୍ରଭୁ ପୁରୁଷୋତ୍ତମ ଶ୍ରୀରାମ, ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ନୀଚ ସ୍ଥାନ କରି ଦେଇଥିବା ବୟାନ ର ବିରୋଧରେ ହିନ୍ଦୁ ସଂଗଠନ ଦେବ ସେନା ଦ୍ଵାରା ଢେ଼ଙ୍କାନାଳ ଟାଉନ ଥାନାରେ ଥାନା ଆଇଆଇସି ଙ୍କ ସମ୍ମୁଖରେ ଲିଖିତ ଅଭିଯୋଗ କରାଯାଇଛି। ଦେବସେନା ଜିଲ୍ଲା ଢେ଼ଙ୍କାନାଳ ରୁ ମହାସଚିବ ଶ୍ରୀ ଯୁଧିଷ୍ଠିର ସାହୁ, ପ୍ରବକ୍ତା ଶିଶିର ଶତପଥୀ, ସଦସ୍ୟ ସିପୁନ ଓ ଦାଧିଚି ଫାଉଣ୍ଡେସନ ସପ୍ତଶଯ୍ୟା ରୁ ସ୍ବାମୀ ରାମାସ୍ୱାରାନନ୍ଦ ଙ୍କ ଦ୍ଵାରା ଲିଖିତ ଅଭିଯୋଗ କରାଯାଇ Maulana Arshad Madani ପାଇଁ ଭାରତୀୟ ପିଙ୍ଗଳ କୋର୍ଟ ୧୫୩A ଓ ୨୯୫, ୨୯୫A, ୨୯୫B ଅନୁଯାୟୀ ଦଣ୍ଡ ବିଧାନ ର ଅନୁରୋଧ କରା ଯାଇଛି।