ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତାମୃତ୍ୟୁ ମାମଲା, ଗିରଫ ହେଲେ ପୁରୁଷବନ୍ଧୁ ସୌମ୍ୟଜିତ୍‌

ବହୁଚର୍ଚ୍ଚିତ ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଗିରଫ କଲା ପୋଲିସ |

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତାମୃତ୍ୟୁ ମାମଲା, ଗିରଫ ହେଲେ ପୁରୁଷବନ୍ଧୁ ସୌମ୍ୟଜିତ୍‌

ବହୁଚର୍ଚ୍ଚିତ ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଗିରଫ କଲା ପୋଲିସ | ଭୁବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ । ଆଜି ଭୋରରୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ପୋଲିସ ଗିରଫ କରିଛି। ସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ୍‌ ଗିରଫ ହୋଇଛନ୍ତି । ସୂଚନାଥାଉ କି, ଗତବର୍ଷ ଅଗଷ୍ଟ ୧୯ ତାରିଖରେ ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଇନଫୋସିଟି ଗାର୍ଡେନ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କ ମୃତଦେହ ମିଳିଥିଲା। ଶ୍ୱେତା ଆତ୍ମହତ୍ୟା କରିଥିବା ସେତେବେଳେ ପୋଲିସ୍ କହିଥିଲା। ଏଥିପାଇଁ ଶ୍ୱେତାଙ୍କ ପରିବାର ଲୋକ ସୌମ୍ୟଜିତ୍‌ଙ୍କୁ ଦାୟୀ କରିଥିଲେ। ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମୋଟମ ରିପୋର୍ଟରୁ ଜଣାପଡ଼ିଥିଲା। ତେଣେ ଗଣମାଧ୍ୟମରେ ସାମ୍ନାକୁ ଆସି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବଖାଣିଥିଲେ ଶ୍ୱେତାଙ୍କ ଜଣେ ବନ୍ଧୁ। ସୌମ୍ୟଜିତ୍‌ଙ୍କୁ ବିବାହ କରିବା ପାଇଁ ଶ୍ୱେତା ଚାହୁଁଥିଲେ। ଏହି ସର୍ତ୍ତରେ ସୌମ୍ୟଜିତ୍‌ଙ୍କ ସହ ପ୍ରେମ ସମ୍ପର୍କ ବି ଗଢ଼ିଥିଲେ। କିନ୍ତୁ ସୌମ୍ୟଜିତ୍‌ MBA ପଢ଼ିବାକୁ XIMB ଗଲା ପରେ ପରେ ଶ୍ୱେତାଙ୍କ ପ୍ରେମକୁ ଅଣଦେଖା କରିଥିଲେ। କେବେ ସୌମ୍ୟଜିତ୍‌ ନିଜର ଷ୍ଟଡ଼ି ଲୋନ୍ ଥିବା କଥା କହୁଥିଲେ ତ ଆଉ କେବେ ବଡ଼ଭାଇ ଥାଉ ଥାଉ କେମିତି ବିବାହ କରିବି ବୋଲି ଶ୍ୱେତାଙ୍କୁ କହୁଥିଲେ । ଏପରିକି କିଛି ଫଟୋ ଓ ଭିଡିଓକୁ ଭାଇରାଲ କରିବାର ଧମକ ସୌମ୍ୟଜିତ୍‌ ଦେଇଥିବା କହିଥିଲେ ଶ୍ୱେତାଙ୍କ ବନ୍ଧୁ ।