ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ

ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ୟ୍ୟକ୍ରମ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ

ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ୟ୍ୟକ୍ରମ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନ କନଭେସନ ସେଣ୍ଟରରେ ସହରାଞ୍ଚଳ ଜଳାଶୟ ନବୀକରଣ ପାଇଁ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟର ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ ହଜାର ବୃହତ୍‌ ଜଳାଶୟର କରାଯିବ ନବୀକରଣ।

ଅବସର ବିନୋଦନ ପାଇଁ ସ୍ବାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ। ମିଶନ ଶକ୍ତି ମହିଳାଙ୍କ ସହଭାଗିତାରେ କରାଯିବ ପ୍ରକଳ୍ପର ନବୀକରଣ ଓ ରକ୍ଷଣାବେକ୍ଷଣ। ପ୍ରାକୃତିକ ଉପାୟରେ ମିତବ୍ୟୟୀ ପରିବେଶ ସୃଷ୍ଟି ସହ ସହରାଞ୍ଚଳ ପାରିପାର୍ଶ୍ବିକ ସ୍ଥିତିର ଅଭିବୃଦ୍ଧି କରାଯିବ।

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  

ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ,

ଦାୟିତ୍ୱ ନେବେ ମିଶନ ଶକ୍ତିର ମା ଓ ଶିକ୍ଷିତ ଯୁବକ ଯୁବତୀ  

ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ - ମାନ୍ୟବର ମୁଖ୍ୟମନ୍ତ୍ରୀ  

ସହରାଞ୍ଚଳର ଜନଜୀବନରେ ଗୁଣାତ୍ମକ ଉନ୍ନତି ଆସିବ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  

ଆମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରଷା ଆମକୁ ସବୁ କ୍ଷେତ୍ରରେ ଦକ୍ଷ କରିଛି – ମିଶନ ଶକ୍ତିର ମା ମାନେ