ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ
ଅନୁଗୋଳ ଜିଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି

ଅନୁଗୋଳ ଜିଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଗୋଳସ୍ଥିତ ଏକ ତାରକା ହୋଟେଲରେ ତାଙ୍କ ବିବାହ ଧୂମଧାମରେ ସମ୍ପନ୍ନ ହୋଇଛି ।
ବିଧାୟକ ପାଲ ଅନୁଗୋଳ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଅବଲିଶା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ଅନୁଗୋଳ ସହର ଅମଲାପଡାସ୍ଥିତ ବିଧାୟକଙ୍କ ଘରୁ ଶୁକ୍ରବାର ବିବାହ ଶୋଭାଯାତ୍ରା ବାହାରିଥିଲା। ଆସନ୍ତା ରବିବାର ବିଧାୟକଙ୍କ ପକ୍ଷରୁ ନିଜ ପାଲଲହଡାସ୍ଥିତ ବାସଭବନରେ ବିବାହ ଭୋଜିର ଆୟୋଜନ କରାଯାଇଛି ।