କାଲି ଓଡ଼ିଶା ଆସିବେ ଜେ.ପି ନଡ୍ଡା

ଦିନିକିଆ ଓଡ଼ିଆ ଗସ୍ତରେ ନଡ୍ଡା ଓଡ଼ିଶା ଆସୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

କାଲି ଓଡ଼ିଶା ଆସିବେ ଜେ.ପି ନଡ୍ଡା

ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଦିନିକିଆ ଓଡ଼ିଆ ଗସ୍ତରେ ନଡ୍ଡା ଓଡ଼ିଶା ଆସୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ଆସନ୍ତାକାଲି ଜେ.ପି ନଡ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଯିବେ। ସେଠାରେ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ବିଜେପିର ସଦସ୍ୟତା ଅଭିଯାନ ଚାଲିଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଗୁରୁତ୍ବ ବହନ କରୁଛି। 

ଏଥିସହ ଦଳୀୟ ସଦସ୍ୟତା ଅଭିଯାନ ନେଇ ମଧ୍ୟ ପରାମର୍ଶ ଦେଇପାରନ୍ତି ନଡ୍ଡା। ଆସନ୍ତାକାଲି ପୂର୍ବାହ୍ମ ୧୧ଟାରୁ ଦିନ ଗୋଟାଏ ଯାଏ ରାଜ୍ୟ କାର୍ଯ୍ୟାଳୟରପେ ରହିବେ ବୋଲି ସୂଚନା ମିଳିଛି।