ସବୁ ଟେଷ୍ଟ ପାଇଁ ରାଜି ହେଲେ ଦୀନକୃଷ୍ଣ ମିଶ୍ର

କୋର୍ଟରେ ଦାବି ରଖିବା ପରେ ନିଲମ୍ବିତ ଆଇଆଇସି ମଧ୍ୟ ସମସ୍ତ ଟେଷ୍ଟରେ ସହମତି ପ୍ରକାଶ କରିଥିଲେ ।

ସବୁ ଟେଷ୍ଟ ପାଇଁ ରାଜି ହେଲେ ଦୀନକୃଷ୍ଣ ମିଶ୍ର

ଭରତପୁର ଥାନା ହାଇଡ୍ରାମା ଘଟଣା । କୋର୍ଟରେ ହାଜର ହେଲେ ଭରତପୁର ଥାନାର ପୂର୍ବତନ ଆଇଆଇସି । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍ଏଫ୍ସି କୋର୍ଟର ହାଜର କରିଛି କ୍ରାଇମବ୍ରାଞ୍ଚ । 

ଖବର ଅନୁଯାୟୀ, ଭରତପୁର ଥାନା ହାଇଡ୍ରାମା ଘଟଣାରେ ତଦନ୍ତ କରୁଛି କ୍ରାଇମ୍ବ୍ରାଞ୍ଚ । ଏହିକ୍ରମରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍ଏଫ୍ସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ ।

କୋର୍ଟରେ ହାଜର ସମୟରେ ଥାନା ଅଧିକାରୀଙ୍କ ବ୍ରେନ୍ ମ୍ୟାପି, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ପାଇଁ କୋର୍ଟଙ୍କୁ ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ । କୋର୍ଟରେ ଦାବି ରଖିବା ପରେ ନିଲମ୍ବିତ ଆଇଆଇସି ମଧ୍ୟ ସମସ୍ତ ଟେଷ୍ଟରେ ସହମତି ପ୍ରକାଶ କରିଥିଲେ । ଯାହାପରେ ମାନ୍ୟବର କୋର୍ଟ ସମସ୍ତ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଅନୁମତି ପାଇବା ପରେ ଗୁଜୁରାଟରେ ଏହି ସବୁ ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ଆସିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ କରାଯିବ ।