ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ଉପରକୁ ପଥରମାଡ

ନିର୍ବାଚନ ପ୍ରଚାର ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହତ ହୋଇଛନ୍ତି

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ଉପରକୁ ପଥରମାଡ

ନିର୍ବାଚନ ପ୍ରଚାର ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହତ ହୋଇଛନ୍ତି । ବିଜୟୱାଡ଼ାରେ ଏକ ରୋଡ଼ ଶୋ କରୁଥିବା ସମୟରେ ଜଗନଙ୍କ ଉପରକୁ ପଥରମାଡ଼ ହୋଇଥିଲା । କିଛି ପଥର ଜଗନଙ୍କ ଆଖି ଉପରେ ବାଜିଥିଲା ଓ ରକ୍ତ ବାହାରୁଥିବା ଦେଖାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଠିଆ ହୋଇଥିବା ବିଧାକ ବେଲ୍ଲମପଲ୍ଲୀଙ୍କ ବାମ ଆଖିରେ ମଧ୍ୟ ଆଘାତ ଲାଗିଛି ।

ତେଣୁ ବସ୍ ଭିତରେ ଜଗନଙ୍କର ଚିକିତ୍ସା କରାଯାଇଥିଲା । ତେବେ ପ୍ରାଥମିକ ଉପଚାର ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ନିଜର ବସ୍‌ ଯାତ୍ରା ଜାରି ରଖିଥିଲେ ।

ସୂଚନା ମୁତାବକ, ଶନିବାର ଦିନ ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ବୃତ୍ତମାନେ ମୁଖ୍ୟମନ୍ତ୍ରୀଙ୍କ ବସ ଉପରକୁ ପଥର ଫିଙ୍ଗିଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ ବିଧାୟକ ଆହତ ହୋଇଥିଲେ । ଜଗନଙ୍କ ବାମ ଆଖି ଉପରେ ଆଘାତ ଲାଗିଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଠିଆ ହୋଇଥିବା ବିଧାକ ବେଲ୍ଲମପଲ୍ଲୀଙ୍କ ବାମ ଆଖିରେ ମଧ୍ୟ ଆଘାତ ଲାଗିଛି । ତେବେ ପଥର ମାଡ଼ରେ ବ୍ୟତିବ୍ୟସ୍ତ ନହୋଇ ଜଗନ ପାଖାପାଖି ୪ ଘଣ୍ଟା ଧରି ପ୍ରଚାର କରିଥିଲେ ।

ପ୍ରଚାର ସରିବା ପରେ ହସପିଟାଲରେ ପହଞ୍ଚିଥିଲେ,ଡାକ୍ତର ତାଙ୍କୁ ଚିକିତ୍ସା କରି ଘା ଷ୍ଟିଚ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଆହତ ହେବା ପରେ ଦଳୀୟ କର୍ମୀ ତାଙ୍କୁ ସାକ୍ଷାତ କରିବା ପାଇଁ ହସପିଟାଲରେ ପହଞ୍ଚିଥିଲେ । ଡାକ୍ତର ଜଗନ ମୋହନଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ । ଚିକିତ୍ସା ପରେ ଜଗନମୋହନ କେସରପଲ୍ଲେ ବାସଭବନକୁ ଯାଇଥିଲେ । ଏହି ଘଟଣାକୁ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡ଼ୁ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡିତ କରିବାକୁ ଦାବି କରିଛନ୍ତି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ପଥରମାଡ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି । ମୋଦି ଲେଖିଛନ୍ତି, ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶୀଘ୍ର ସୁସ୍ଥ କାମନା ସହିତ ଉତ୍ତର ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।
ଆନ୍ଧ୍ରପ୍ରଦେଶର ୨୫ଟି ସିଟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ଏଠାରେ ଚତୁର୍ଥ ପର୍ଯ୍ୟାୟ ୧୩ ମଇରେ ଭୋଟ ହେବ ।