ହୀରାକୁଦରେ ବଢୁଛି ଜଳସ୍ତର

ଛତିଶଗଡ କଲମା ବ୍ୟାରେଜ ଖୋଲିବା ପରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି ।

ହୀରାକୁଦରେ ବଢୁଛି ଜଳସ୍ତର

ଛତିଶଗଡ କଲମା ବ୍ୟାରେଜ ଖୋଲିବା ପରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ଆଜି ସକାଳ ୯ ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୦୬ ଦଶମିକ ୪୩ ଫୁଟ ରହିଛି । ଉପର ମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୭ ହଜାର ୨୬୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୩୬ ହଜାର ୮୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ, ଜଳସ୍ତର ବଢ଼ିବା ଆଶଙ୍କା କରି କଲମାର ବ୍ୟାରେଜର ସମସ୍ତ ଗେଟ ଖୋଲି ଦେଇଛି ଛତିଶଗଡ । ଯାହା ଫଳରେ ମହାନଦୀର ତଳମୁଣ୍ଡକୁ ମାଡି ଆସୁଛି ପାଣି । ଆଉ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।