ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବେନ ଗାଁର ମୁନ୍ନା ହରିଜନଙ୍କ ସ୍ତ୍ରୀ ପାର୍ବତୀ ହରିଜନ

ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବେନ ଗାଁର ମୁନ୍ନା ହରିଜନଙ୍କ ସ୍ତ୍ରୀ ପାର୍ବତୀ ହରିଜନ(୨୩)। ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପର ଦମା ଘାଟିରେ ଘଟିଛି। ଖବର ଅନୁସାରେ ବେନଗାଁ ର ମୁନ୍ନା ହରିଜନ ୨୦୧୬ରେ ବାଲେଶ୍ଵର ଯାଇ ଏକ ଇଟା ଭାଟିରେ କାମ କରୁଥିଲେ। ସେଠାରେ କାମ କରୁଥିବା ପାର୍ବତୀ ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ମୁନ୍ନା ପାର୍ବତୀଙ୍କୁ ନେଇ କେରଳ ପଳାଇ ଯାଇଥିବା ବେଳେ ଗତ ଚାରିମାସ ତଳେ ନିଜ ଗାଁ ବେନଗାଁ କୁ ପାର୍ବତୀ ଙ୍କ ସହ ଫେରିଥିଲେ।
ପଡ଼ୋଶୀଙ୍କ କହିବା ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ମୁନ୍ନା ନିଜ ସ୍ତ୍ରୀଙ୍କୁ ମାଡ଼ ମଧ୍ୟ ମାରୁଥିଲେ। ଗୁରୁବାର ମଧ୍ୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ପରେ ପାର୍ବତୀ ଘରୁ କୁଆଡେ ଚାଲିଯାଇଥିଲେ। ଅପରାହ୍ଣ ପ୍ରାୟ ୪ଟାରେ କିଛି ଲୋକ ଛେଳି ଚରାଇବା ବେଳେ ଦମା ଘାଟି ଉପରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଅବସ୍ଥାରେ ଦେଖିଥିଲେ। ଏନେଇ ସେମାନେ ପୋଲିସକୁ ଜଣାଇଥିଲେ। ବିଜେପୁର ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ମୃତ ଦେହଟି ପାର୍ବତୀ ଙ୍କର ବୋଲି ଚିହ୍ନଟ କରଥିଲେ। ପୋଲିସ ସନ୍ଦେହ ରେ ମୁନ୍ନାଙ୍କୁ ଅଟକ ଅଧିକ ରଖି ପଚରାଉଚରା କରୁଛନ୍ତି ।