ଇନ୍ଧନ ଡିପୋରେ ଅଗ୍ନିକାଣ୍ଡ : ୩୪ ମୃତ

ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ଇନ୍ଧନ ଡିପୋରେ ଅଗ୍ନିକାଣ୍ଡ : ୩୪ ମୃତ

ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅଛନ୍ତି ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନାନୁସାରେ ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ହୋଇଥିଲା।

ନିଆଁ ଲାଗିବା ପରେ  ଧୂଆଁ ବାହାରିଥିବାର ଦେଖାଯାଇଥିଲା। ଜଣେ ସରକାରୀ ଅଧିକାରୀ ତଥା ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ଧେଶ୍ୟରେ ଖବର ଏଜେନ୍ସି କହିଛନ୍ତି ଅଗ୍ନିକାଣ୍ଡରେ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।

ଇନ୍ଧନ ଗୋଦାମରେ କାର, ମୋଟରସାଇକେଲ ଏବଂ ତିନି ଚକିଆ ଯାନ ଇନ୍ଧନ ଭରିବାକୁ ଆସିଥିଲେ। ଏହି ସମୟରେ ଏଠାରେ ଅଗ୍ନିକାଣ୍ଡ ଘଟିଥିଲା।