ଚୁଲିରୁ ନିଆଁ ବ୍ୟାପି ଅଗ୍ନିକାଣ୍ଡ: ଜଳିଗଲା ନୂଆ ବାଇକ୍
ସକାଳ ପ୍ରାୟ ୧୧ଟା ସମୟରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ତଳ ସାଗର ପଡ଼ାରେ ଅଗ୍ନିକାଣ୍ଡ

ସକାଳ ପ୍ରାୟ ୧୧ଟା ସମୟରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ତଳ ସାଗର ପଡ଼ାରେ ଅଗ୍ନିକାଣ୍ଡ । ଏଥିରେ ଏକ ନୂଆ ବାଇକ୍ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଘର ମଧ୍ୟ ଆଂଶିକ ପୋଡ଼ି ଯାଇଛି । ଘର ପଛପଟେ ବାରଣ୍ଡାରେ ରୋଷେଇ ସମୟରେ ଦୁଇ ଗାଈ ଘରେ ପଶି ଥିବାବେଳେ ଘରେ ଥିବା ବାଇକ୍ ତଳେ ପଡ଼ିଯାଇଥିଲା । ବାଇକ୍ରୁ ପେଟ୍ରୋଲ ନିର୍ଗତ ହୋଇ ପ୍ରଥମେ ବାଇକ୍ରେ ନିଆଁ ଲାଗିଥିଲା । ପରେ ନିଆଁ ଟାରିଆଡ଼େ ବ୍ୟାପି ଯାଇଥିଲା । ସୂଚନା ମୁତାବକ, ତଳ ସାଗରପଡ଼ାର ସୁରଜିତ ବୈଠାରୁଙ୍କ ଘରେ ଚୁଲି ନିକଟରେ ନୂଆ ବାଇକ୍ ରହିଥିଲା ଏବଂ ଗାଈମାନେ ଠେଲାପେଲା ହେବା ବେଳେ ବାଇକଟି ଚୁଲି ଉପରେ ପଡ଼ିଯିବା ଦ୍ଵାରା ଗାଡ଼ିରୁ ପେଟ୍ରୋଲ ଚୁଲି ଭିତରେ ପଡ଼ି ବ୍ୟାପକ ରୂପ ଧାରଣ କରିଥିଲା । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।